ହାଇଦ୍ରାବାଦ: ଆର୍ଥିକ ପରିସ୍ଥିତିରେ ସମସ୍ୟା ଯୋଗୁଁ ଘଟିଛି ଦୁଇଟି ହତ୍ୟାକାଣ୍ଡ । ହାଇଦ୍ରାବାଦର ଚନ୍ଦ୍ରାୟାନଗୁଟ୍ଟା ଥାନା ଅନ୍ତର୍ଗତ ତାଲାକୁଣ୍ଟା ଗ୍ରାମରେ ନିଜ ମା ଓ ଭଉଣୀକୁ ହତ୍ୟା କରିଛି । ଗତ କିଛି ଦିନ ଧରି ଆର୍ଥିକ ସମସ୍ୟାରେ ଦେଖାଦେଇଥିଲା ।
ପୋଲିସ ସୂଚନା ଅନୁଯାୟୀ ଶୁକ୍ରବାର ସକାଳ 8.30 ସମୟରେ ରେହେମାନ ନାମକ ବ୍ୟକ୍ତି ନିଜ ଭାଉଣୀ ଫରିଦା ବେଗମ (32) ଓ ମା ସେହଜାଦୀ ବେଗମ (60)କୁ ହତ୍ୟା କରିଛି । ରେହେମାନ ଘର ଭିତରକୁ ପଶି ଧାରୁଆ ଛୁରୀରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ଅତ୍ୟଧିକ ପରିମାଣରେ ରକ୍ତ ସ୍ରାବ ଯୋଗୁଁ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।
ହତ୍ୟାକାଣ୍ଡର ମୁଖ୍ୟକାରଣ ପଇସା ସମସ୍ୟା ଓ ସମ୍ଫତ୍ତି ବୋଲି ଜଣାପଡିଛି । ମୃତ ଫରିଦା ବେଗମର ଦୁଇ ଝିଅ ଅଛନ୍ତି ସେମାନେ ପ୍ରାଥମିକ ସ୍କୁଲରେ ପଢୁଛନ୍ତି । ସୂଚନା ପାଇବା ପରେ ଚନ୍ଦ୍ରାୟାନଗୁଟ୍ଟା ଏସିପ ଓ ଇନ୍ସପେକ୍ଟର ଅନ୍ୟାନ୍ୟ କର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ଓସମାନିଆ ମେଡିକାଲରେ ନିଆଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ