ହାଇଦ୍ରାବାଦ: ମହାମାରୀ କୋରୋନା ଭୟରେ ଆତଙ୍କିତ ଦେଶବାସୀ । କିନ୍ତୁ ଏହାକୁ ଭୟ ନକରି ସାମନା କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦାରଞ୍ଜନ । ନିଜ ନିଜ ଭିତରେ ଭୟକୁ ଅଧିକ ବଢାଇବା ପରିବର୍ତ୍ତେ ସଚେତନ ରହିବା ଉଚିତ ।
ଏହି ମହାମାରୀର ସାମନା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସେ । ଆମ ପାଇଁ କାମ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଏବଂ ମିଡିଆ ଭାଇମାନଙ୍କୁ ଧନ୍ୟବାଦ ଦେବା ଉଚିତ । କାରଣ ସେମାନେ ନିଜ ଜୀବନକୁ ବିପରେ ପକାଇ ଆମକୁ ଜୀବନ ଦେବାକୁ ଚେଷ୍ଟା କରୁଛନ୍ତି ।
ଜନତାଙ୍କ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କୁ ସମର୍ଥନ କରିବା ନିଜର ସୁରକ୍ଷା ନିଜେ କରିବା ନେଇ ସେ କହିଛନ୍ତି ।
@ANI