ETV Bharat / bharat

କୋରୋନା ମୁକାବିଲା: ଶବ-ଇ-ବାରାତ ନପାଳିବାକୁ କାରଗିଲ୍ ଜିଲ୍ଲାପାଳଙ୍କ ଅନୁରୋଧ

author img

By

Published : Apr 9, 2020, 11:19 AM IST

କାରଗିଲ୍ ଜିଲ୍ଲା ପ୍ରଶାସନ ବୁଧବାର ଶବ-ଏ-ବାରାତରେ କୌଣସି କାର୍ଯ୍ୟକ୍ରମ କିମ୍ବା ଭିଡ ଏକାଠି ନହେବାକୁ ଅନୁରୋଧ କରିଛନ୍ତି । ଲକ୍ ଡାଉନ୍ ନିୟମକୁ ପାଳନ କରି ସମସ୍ତେ ଘରେ ହିଁ ରୁହନ୍ତୁ ବୋଲି ପ୍ରଶାସନ ଅନୁରୋଧ କରିଛି ।

Shab-e-Barat
କୋରୋନା ମୁକାବିଲା

କାରଗିଲ୍: କାରଗିଲ୍ ଜିଲ୍ଲା ପ୍ରଶାସନ ବୁଧବାର ଶବ-ଏ-ବାରାତରେ କୌଣସି କାର୍ଯ୍ୟକ୍ରମ କିମ୍ବା ଭିଡ ଏକାଠି ନହେବାକୁ ଅନୁରୋଧ କରିଛନ୍ତି । ଲକ୍ ଡାଉନ୍ ନିୟମକୁ ପାଳନ କରି ସମସ୍ତେ ଘରେ ହିଁ ରୁହନ୍ତୁ ବୋଲି ପ୍ରଶାସନ ଅନୁରୋଧ କରିଛି ।

ଶବ-ଇ-ବାରାତ କ୍ଷମାର ପର୍ବ । ଚଳିତ ବର୍ଷ ଏହା ଏପ୍ରିଲ 8 ଓ 9ରେ ପାଳନ କରାଯାଇଥାନ୍ତା । ମୁସିଲମ ଭାଇ ଭଉଣୀମାନେ ମସଜିଦରେ ରାତିରେ ନମାଜ ପଢିଥାନ୍ତି । ଏହାଛଡା ସେମାନେ ମୃତ ପରିଜନଙ୍କୁ କ୍ଷମା ମାଗିବାକୁ କବରସ୍ଥାନ ଯାଇଥାନ୍ତି । ତେବେ ଏପରି ନକରିବାକୁ ଏଥର ଜିଲ୍ଲାପାଳ ବଶୀର ଉଲ୍ ହକ୍ ଚୌଧୁରୀ ଅନୁରୋଧ କରିଛନ୍ତି ।

ସେ ଧର୍ମଗୁରୁ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ନିୟମକୁ ପାଳନ କରିବାକୁ କହିଛନ୍ତି । ଏହା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି । ଜିଲ୍ଲାପାଳ ଲୋକଙ୍କ ହିତ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।

ପ୍ରକାଶଥାଉକି, କାରଗିଲ୍ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଅଧୀନରେ ଏପ୍ରିଲ, ମେ ଏବଂ ଜୁନ ମାସ ପାଇଁ 91,906 ଲୋକଙ୍କୁ 15 କିଲୋଗ୍ରାମ ମାଗଣା ଚାଉଳ ଦିଆଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.