ETV Bharat / bharat

ମେ 18ରୁ ଆରମ୍ଭ ଘରୋଇ ବିମାନ ସେବା

author img

By

Published : May 11, 2020, 5:46 PM IST

ମେ 18ରୁ ଆରମ୍ଭ ଘରୋଇ ବିମାନ ସେବା । ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସମୀକ୍ଷା ପରେ ନିଆଯାଇଛି ଏହି ନିଷ୍ପତ୍ତି । ଅଧିକ ପଢନ୍ତୁ...

Domestic flight operations likely to resume by May 18
ମେ 18ରୁ ଆରମ୍ଭ ଘରୋଇ ବିମାନ ସେବା

ନୂଆଦିଲ୍ଲୀ: ମେ 18ରୁ ଆରମ୍ଭ ହେବ ବିମାନ ସେବା । ପର୍ଯ୍ୟାୟ କ୍ରମେ ସେବା ଆରମ୍ଭ କରାଯିବ ବୋଲି ଜଣାପଡିଛି । ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ସମସ୍ତ ଘରୋଇ ବିମାନ ଯାତ୍ରା କରିବା ନେଇ ପ୍ରସ୍ତୁତ ହେଉଛି । ଦିଲ୍ଲୀ, ମୁମ୍ବାଇ,ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିମାନ ବନ୍ଦରରେ ମଧ୍ୟ ସେବା ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ।

ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ ପୂର୍ବ ଭଳି ମୁହଁରେ ମାସ୍କ ଲଗାଇବା ସହ ଗ୍ଲୋବ୍ସ ବ୍ୟବହାର କରିବେ । ଏହାସହ ନିଜ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ନିକଟରେ ଥିବା ରୋଗୀଙ୍କ ବିଷୟରେ ଜାଣିପାରିବେ ।

ଯାତ୍ରୀଙ୍କ ବ୍ୟାଗ ସାନିଟାଇଜ କରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ଅତିବାଇବଣୀ ରଶ୍ମିର ବ୍ୟବହାର କରାଯାଉଛି । ଲମ୍ବା ଧାଡିରେ କୌଣସି ଯାତ୍ରୀଙ୍କୁ ଛିଡା ହେବାକୁ ଅନୁମତି ଦିଆଯିବ ନାହିଁ । ବିମାନରେ ମିଲ ସର୍ଭିସ ଦିଆଯାଇ ନପାରେ । ବିମାନ ସମୟର ମାତ୍ର 2 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.