ETV Bharat / bharat

କୋରୋନା ସଂକ୍ରମିତଙ୍କ ସହ ଦୀପାବଳି ପାଳିଲେ ଡାକ୍ତର

author img

By

Published : Nov 15, 2020, 1:28 PM IST

ଗୁଜୁରାଟର ସାର୍ ସୟାଜିଓରାଓ ଜେନେରାଲ କୋଭିଡ ହସ୍ପିଟାଲରେ କେରୋନା ସଂକ୍ରମିତଙ୍କ ସହ ଦୀପାବଳି ପାଳନ କରି ସୋମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତରମାନେ । ଅଧିକ ପଢନ୍ତୁ...

Doctors celebrate Diwali with COVID patients in Vadodara
କୋରୋନା ସଂକ୍ରମିତଙ୍କ ସହ ଦୀପାବଳି ପାଳିଲେ ଡାକ୍ତର

ଗାନ୍ଧୀନଗର: କୋରୋନା ଆକ୍ରାନ୍ତଙ୍କ ସହ ଦୀପାବଳି ପାଳନ । ଗୁଜୁରାଟର ଭଦୋଦରାରେ ଥିବା ସାର୍ ସୟାଜିଓରାଓ ଜେନେରାଲ କୋଭିଡ ହସ୍ପିଟାଲରେ କେରୋନା ସଂକ୍ରମିତଙ୍କ ସହ ଦୀପାବଳି ପାଳିଛନ୍ତି ଡାକ୍ତରମାନେ ।

କୋରୋନା ରୋଗୀଙ୍କ ସହ ଦୀପାବଳି ପାଳନ କରିବାକୁ ଆଗରୁ ନିଷ୍ପତି ନିଆଯାଇଥିବା କହିଛନ୍ତି ଡାକ୍ତଖାନା କର୍ତ୍ତୃପକ୍ଷ । ଯେଉଁମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁନାହାନ୍ତି ସେମାନଙ୍କ ସହିତ ଦୀପାବଳି ପାଳନ ହୋଇଛି । ଅନ୍ଧାର କୋଠୋରୀ ଭିତରେ ଦୀପ ଜାଳି କୋରୋନା ପରିସ୍ଥିତିର ଅନ୍ଧକାରକୁ ଦୂର କରି ଉଜ୍ବଳ ଆଲୋକ ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରାଯାଇଥିବା କହିଛନ୍ତି ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ଡାକ୍ତର ବେଲିମ । କୋରୋନା କଟକଣାର ସମସ୍ତ ନିୟମକୁ ମାନି ଦୀପାବଳି ପାଳନ କରାଯାଇଛି ।

ଆମେ କୋରୋନା ଯୋଦ୍ଧାମାନେ କୋରୋନା ମହାମାରୀର ଅନ୍ଧକାରକୁ ଦୂର କରିବାକୁ ଦୀପ ଭଳି କାମ କରୁଛୁ ହେଲେ, କୋରୋନା ସଂକ୍ରମିତଙ୍କ ସହ ଦିନଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେମାନେ ଯେପରି ଏ ଦିନଟିକୁ ପାଳନ କରିବାରୁ ବଞ୍ଚିତ ନ ହୁଅନ୍ତି ତାହା ସହ ତାଙ୍କ ପରିବାରକୁ ଯେପରି ମନେ ନପକାନ୍ତୁ ବୋଲି କହିଛନ୍ତି ଅନ୍ୟଜଣେ ଡାକ୍ତର ବୈଶାଳି । ସେ ଆହୁରି କହିଛନ୍ତି ଡାକ୍ତରଖାନା ପକ୍ଷରୁ କରାଯାଇଥିବା ପ୍ରୟାସ ରୋଗୀମାନଙ୍କ ମୁହଁରେ ହସ ଆଣିପାରିଛି ।

ଜଣେ ରୋଗୀ କହିଛନ୍ତି ଆଜି ଭଳି ଦିନରେ ମୁଁ ମୋ ପରିବାରକୁ ବହୁତ ମନେ ପକାଉଥିଲି ହେଲେ ଏଠାରେ ମୁଁ ଆଉ ଗୋଟିଏ ପରିବାର ପାଇଲି । ଅନ୍ୟଜଣେ କୋରୋନା ସଂକ୍ରମିତ କହିଛନ୍ତି ମୁଁ ମଧ୍ୟ ମୋ ପରିବାରକୁ ପ୍ରଥମେ ବହୁତ ମନେ ପକାଉଥିଲି ହେଲେ ସମସ୍ତଙ୍କୁ ଉତ୍ସବ ପାଳନ କରୁଥିବାର ଦେଖି ମୁଁ ବି ଦିନଟିକୁ ପାଳନ କଲି ।

ନୂଆ 44,684 କୋରୋନା ପଜିଟିଭ ଚିହ୍ନଟ ପରେ ନଭେମ୍ବର 14 ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା 87,73,479ରେ ପହଞ୍ଚିଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଶନିବାର ଦେଶରେ ମୋଟ 47ହଜାର 992ଜଣ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.