ETV Bharat / bharat

କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ଧାରଣାରେ ଜୁନିଅର ଡାକ୍ତର - doctors protest

କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ଉପରେ ସମ୍ପର୍କୀୟଙ୍କ ଆକ୍ରମଣ ଘଟଣା। ଯାହାକୁ ନେଇ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ ସମ୍ମୁଖରେ ଜୁନିଅର ଡାକ୍ତରମାନେ ସୁରକ୍ଷା ଦାବି କରି ଧାରଣାରେ ବସିଛନ୍ତି।

କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ଧାରଣାରେ ଜୁନିୟର ଡାକ୍ତର

author img

By

Published : Jun 10, 2020, 5:12 PM IST

ହାଇଦ୍ରାବାଦ: ବର୍ତ୍ତମାନର ମହାମାରୀ ସମୟରେ ମୁଖ୍ୟ ଯୋଦ୍ଧା ସାଜିଛନ୍ତି ଡାକ୍ତର। ଦିନରାତି ଏକକରି ସେମାନେ କୋଭିଡ୍ ରୋଗୀଙ୍କ ସେବାରେ ଲାଗିଛନ୍ତି। ହେଲେ ସେମାନଙ୍କ ଉପରେ କରାଯାଉଛି ମରଣାନ୍ତକ ଆକ୍ରମଣ। ଏପରି ଘଟଣା ପୂର୍ବରୁ ନଜିର ରହିଥିବା ବେଳେ ଦୋଷୀଙ୍କ ପାଇଁ କଠୋର ଦଣ୍ଡବିଧାନ ମଧ୍ୟ କରାଯାଇଛି। ହେଲେ ଏହାକୁ କାହାର ବି ଭ୍ରୁକ୍ଷେପ ନାହିଁ।

ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଗାନ୍ଧୀ ହସପିଟାଲରେ। ମଙ୍ଗଳବାର ରାତିରେ ଜଣେ କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ସମ୍ପର୍କୀୟ ଡ୍ୟୁଟି ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ବୁଧବାର ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଓ ଜୁନିୟର ଡାକ୍ତରମାନେ ଧାରଣାରେ ବସିଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ଜଣେ 55 ବର୍ଷ ବୟସ୍କା ବ୍ୟକ୍ତି SARI ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ରବିବାର ଦିନ ତାଙ୍କର କୋଭିଡ୍ 19 ନମୁନା ପଜିଟିଭ୍ ପରୀକ୍ଷା ହୋଇଥିଲା । ପରବର୍ତ୍ତୀ ସମୟରେ ରୋଗୀଙ୍କୁ ଆକ୍ୟୁଟ୍ ମେଡିକାଲ୍ କେୟାର (ଏମ୍ସି) ୱାର୍ଡରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସମସ୍ତ 65 ଜଣ କୋଭିଡ୍ ରୋଗୀ ରହିଥିଲେ।

ହେଲେ ରୋଗୀ ଜଣକ ଡାକ୍ତରଙ୍କ ପରାମର୍ଶ ନମାନି ୱାଶରୁମ୍ ଯିବା ଆସିବା କରିବା ସହ ଶ୍ୱାସକ୍ରିୟା ପାଇଁ ମାସ୍କ କାଢିଦେଇ ଯାଇଥିଲେ। ଯାହାଫଳରେ ସେଠାରେ ଖସିପଡି ମୃତ୍ୟୁ ହୋଇଥିବା ଜଣାଯାଇଛି।

ଘଟଣାକୁ ନବୁଝି ମୃତ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର ଅବହେଳା କରିଥିବା ଅଭିଯୋଗ କରି ଦୁଇଜଣ ଡ୍ୟୁଟି ଡାକ୍ତରଙ୍କ ଉପରେ ପ୍ଲାଷ୍ଟିକ ଏବଂ ଷ୍ଟିଲ ଚେୟାର ଫିଙ୍ଗିଥିଲେ। ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛନ୍ତି। ଏହା ପରେ ଜୁନିଅର ଡାକ୍ତରମାନେ ଡାକ୍ତରଖାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେଲେଙ୍ଗାନା ସରକାର କୋଭିଡ୍ 19 ୱାର୍ଡରେ ରୋଗୀମାନଙ୍କୁ ଆସୁଥିବା ଡ୍ୟୁଟି ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବଳ ଗଠନ କରିବାକୁ ଦାବି କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.