ETV Bharat / bharat

ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି

ଭାରତର ଭାସମାନ ଡାକଘର ଅଛି, ଯାହା ସ୍ଥାପତ୍ୟର ମାଷ୍ଟରପିସ୍ ଭାବରେ ପରିଗଣିତ । ଯେତେବେଳେ ଆପଣ ଡଙ୍ଗାରେ ଯାତ୍ରା କରିଯାଉଥିବେ ଏହା ଦୂରରେ ସାଧାରଣ ଡଙ୍ଗା ପରି ଦୃଶ୍ୟମାନ ହେବ। ହେଲେ ନିକଟତର ହେଲେ ଦେଖିବେ, ସେଠାରେ ଏକ ଅଫିସିଆଲ୍ ବୋର୍ଡ ଇଣ୍ଡିଆନ୍ ପୋଷ୍ଟ ଅଫିସ୍ ର ନାଲି ଏବଂ ହଳଦିଆ ଲୋଗୋରେ ପ୍ରଦର୍ଶିତ ହେବ। ଏଥିରେ କୁହାଯାଇଛି - 'ଫ୍ଲୋଟିଂ ପୋଷ୍ଟ ଅଫିସ୍, ଡାଲ୍ ହ୍ରଦ।'

ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି
ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି
author img

By

Published : Jul 8, 2020, 7:44 AM IST

Updated : Jul 8, 2020, 8:05 AM IST

ଆଧୁନିକତାରେ ସର୍ବାଗ୍ରେ ମଣିଷ ସମାଜ। ବିଜ୍ଞାନ ବଳରେ ବଳୀୟାନ ହୋଇ ଆଜି ସାଜିଛି ସେ ବାଦଶାହା। ହାତମୁଠାରେ ପ୍ରାପ୍ତ କରିଛି ଅସୀମ ଶକ୍ତି। କବଜା କରି ରଖିଛି ଦୁନିଆର ସବୁ କୋଣ ଅନୁକୋଣକୁ। ଅନେକ ଉଦ୍ଭାବନର ଉତ୍ସ ନେଇ କଠିନ କାର୍ଯ୍ୟକୁ କରୁଛି ଚୁଟକିରେ ସମାଧନ। ବିଜ୍ଞାନ ପାଇଁ ଆଜି ଜୀବନ ସରଳ, ସ୍ବଛନ୍ଦ ଓ ଆଡମ୍ବରପୂର୍ଣ୍ଣ। ଅସମ୍ଭବ ଶଦ୍ଦ ବିଜ୍ଞାନ ଯୁଗର ମଣିଷର ଅଭିଧାନରେ ସ୍ଥାନ ପାଇନାହିଁ।

ତେବେ ପୁରୁଣା କାଳର ଚିଠି ଦିଆନିଆ, ଡାକବାଲା, ପାରା ସାହାଯ୍ୟରେ ପତ୍ର ପଠାଇବା ଏବେ ବହୁ ଦୂରରେ। କାରଣ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍, ପାଖରେ ଇମେଲ୍, ମ୍ୟାସେଜ, ଭିଡିଓ କଲ ଓ ସ୍ପିଡ ପୋଷ୍ଟ ପରି ଭଳିକି ଭଳି ସୁବିଧା ରହିଛି। ହେଲେ ଏହି 5Gର ଜମାନାରେ ଏବେ ବି ରହିଛି ପୋଷ୍ଟ ଅଫିସର ଡିମାଣ୍ଡ। ପ୍ରିୟଜନଙ୍କ ପାଖକୁ ପତ୍ର ପ୍ରେରଣ ପାଇଁ ଏହା ଏକ ସୁଲଭ ମାଧ୍ୟମ ଭାବେ ଜଣାଶୁଣା। ତେବେ ପୂର୍ବରୁ ଆପଣ ଭାସମାନ ରେଷ୍ଟୁରାଣ୍ଟ, ଭାସମାନ ବଜାର କିମ୍ବା ଭାସମାନ ହୋଟେଲ ଦେଖିଥିବେ। ହେଲେ ଏବେ ଆମେ ଆପଣଙ୍କୁ କହିବୁ ଭାସମାନ ପୋଷ୍ଟଅଫିସ ବିଷୟରେ। ଯାହା ଭାରତରେ ଅବସ୍ଥିତ, ଆସନ୍ତୁ ଜାଣିବା କେଉଁଠି ରହିଛି ଏହି ଡାକ ଘର ଓ କଣ ଏହାର ବିଶେଷତ୍ବ...

ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି
ଭାରତରେ ରହିଛି ଏହି ଭାସମାନ ପୋଷ୍ଟ ଅଫିସ, ଜାଣନ୍ତୁ କେଉଁଠି

ଫ୍ଲୋଟିଂ ପୋଷ୍ଟ ଅଫିସ୍

କାଶ୍ମୀରର ଶ୍ରୀନଗରର ଆକର୍ଷଣୀୟ ସହରରେ ଅବସ୍ଥିତ ଏହି ଭାସମାନ ଡାକଘର ଏହାର ସ୍ଥାପତ୍ୟର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ତୁଷାର ଆଚ୍ଛାଦିତ ପର୍ବତଗୁଡିକର ଦୃଶ୍ୟ ସୌନ୍ଦର୍ଯ୍ୟ ମଧ୍ୟରେ ଏହା ଡାଲ ହ୍ରଦର ଏକ ବିରାଟ ହାଉସବୋଟରେ ଅବସ୍ଥିତ । ଭାରତର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଅନେକ ସ୍ଥାନ ରହିଛି ଯାହା ପିଢୀ ପରେ ପିଢୀ ବର୍ଣ୍ଣନା କଲେ ବି ସରିବ ନାହିଁ।

ତେବେ ଭାରତର ଭାସମାନ ଡାକଘର ଅଛି, ଯାହା ସ୍ଥାପତ୍ୟର ମାଷ୍ଟରପିସ୍ ଭାବରେ ପରିଗଣିତ । ଯେତେବେଳେ ଆପଣ ଡଙ୍ଗାରେ ଯାତ୍ରା କରିଯାଉଥିବେ ଏହା ଦୂରରେ ସାଧାରଣ ଡଙ୍ଗା ପରି ଦୃଶ୍ୟମାନ ହେବ। ହେଲେ ନିକଟତର ହେଲେ ଦେଖିବେ, ସେଠାରେ ଏକ ଅଫିସିଆଲ୍ ବୋର୍ଡ ଇଣ୍ଡିଆନ୍ ପୋଷ୍ଟ ଅଫିସ୍ ର ନାଲି ଏବଂ ହଳଦିଆ ଲୋଗୋରେ ପ୍ରଦର୍ଶିତ ହେବ। ଏଥିରେ କୁହାଯାଇଛି - 'ଫ୍ଲୋଟିଂ ପୋଷ୍ଟ ଅଫିସ୍, ଡାଲ୍ ହ୍ରଦ।'

କେବେଠୁ ଆରମ୍ଭ ଏହି ଭାସମାନ ପୋଷ୍ଟ ଅଫିସ

2011 ମସିହାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ଓମାର ଅବଦୁଲ୍ଲା, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ସଚିନ ପାଇଲଟଙ୍କ ସହ ବିଶ୍ବର ଏକମାତ୍ର ଭାସମାନ ଡାକଘର ଉଦଘାଟନ କରିଥିଲେ। ଲୋକମାନେ କେବଳ ସେମାନଙ୍କର ଚିଠି ପୋଷ୍ଟ କରିବା ପାଇଁ ଏହି ଡାକଘର ପରିଦର୍ଶନ କରନ୍ତି ନାହିଁ ବରଂ ଅନେକ ପର୍ଯ୍ୟଟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରନ୍ତି । ଏହା ଇଣ୍ଟରନେଟ୍ ସୁବିଧା ଏବଂ ଆନ୍ତର୍ଜାତୀୟ ଫୋନ୍ କଲ୍ ମଧ୍ୟ ପ୍ରଦାନ କରେ । ଏହି ଅଫିସ ତଥା ପାଖରେ ଥିବା ଦୋକାନରୁ ଆପଣ ପୋଷ୍ଟକାର୍ଡ, ଷ୍ଟାମ୍ପ, ସ୍ଥାନୀୟ ଆଇଟମ୍ ଏବଂ ଗ୍ରୀଟିଙ୍ଗ୍ କାର୍ଡ କିଣିପାରିବେ ।

ଡାଲ ହ୍ରଦର ଆକର୍ଷଣ ଡାକଘର

ସ୍ଥାପତ୍ୟ ଅନେକ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷଣ କରେ ଏବଂ ଏହାଦ୍ବାରା ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ ହୋଇଯାଏ । ଏହା ବାସ୍ତବରେ ଅବିଶ୍ବସନୀୟ ଯେ ଏତେ ସଂଖ୍ୟକ ଯାତ୍ରୀ କେବଳ ନିଜ ପ୍ରିୟଜନଙ୍କ ନିକଟକୁ ପୋଷ୍ଟକାର୍ଡ ଲେଖାଯାଇଥିବା ପ୍ରେମ ଶବ୍ଦ ପଠାଇବା ପାଇଁ ଡାକଘର ପରିଦର୍ଶନ କରନ୍ତି। କୌତୁହଳର ବିଷୟ ହେଉଛି ଏଠାରେ ଥିବା ଷ୍ଟାମ୍ପଗୁଡ଼ିକ ଡାଲ ହ୍ରଦର ଚିତ୍ର ପ୍ରଦର୍ଶନ କରିଥାଏ | ତେଣୁ, ଯେତେବେଳେ ଆପଣ କାଶ୍ମୀର ପରିଦର୍ଶନ କରନ୍ତି, କେବେ ବି 'ପ୍ରକୃତିର କଳାକାର୍ଯ୍ୟ' ପରିଦର୍ଶନ କରିବାକୁ ଭୁଲନ୍ତୁ ନାହିଁ!

Last Updated : Jul 8, 2020, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.