ETV Bharat / bharat

ବେକାରୀ ସମସ୍ୟା ଦୂର କରିବ ସ୍ଥାନୀୟ ବାସିନ୍ଦାକୁ ନିଯୁକ୍ତି ସୁଯୋଗ!

ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଢେର ଅଧିକ। ଶିକ୍ଷା ହେଉ କିମ୍ବା ଚାକିରୀ ପାଇବା ପାଇଁ ହେଉ ଅନେକ ଲୋକ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି। ଭାରତୀୟ ସମ୍ବିଧାନରେ ମଧ୍ୟ ଏଥିପାଇଁ ଅନୁମତି ଦିଆଯାଇଛି। ମାତ୍ର ତଥାପି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରୁ ନାହିଁ। କ’ଣ ସ୍ଥାନୀୟ ଲୋକଙ୍କୁ ନିଜ ଅଞ୍ଚଳରେ ରହି ଚାକିରୀ କରିବାର ଆବଶ୍ୟକତା ରହିଛି ? ଜାଣନ୍ତୁ ଏହି ବିଷୟରେ...

Job Quotas for Locals Solve The Unemployment Problem
ସ୍ଥାନୀୟ ବାସିନ୍ଦାକୁ ଚାକିରୀ ସୁଯୋଗ ଦୂର କରିବ ବେକାରୀ ସମସ୍ୟା
author img

By

Published : Dec 17, 2019, 6:35 PM IST

ହାଇଦ୍ରାବାଦ: ବେକାରୀ ସମସ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି। ଏଠାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଢେର ଅଧିକ। ନିକଟରେ ମହାରାଷ୍ଟ୍ରରେ କ୍ଷମତାସୀନ ହୋଇଥିବା ମହାଅଘାଡି ସରକାର ଚାକିରୀ କ୍ଷେତ୍ରରେ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ଯେଉଁଥିରେ 75 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଚାକିରୀ ଦିଆଯିବ। ଯଦି ସେ ଅଞ୍ଚଳରେ ଦକ୍ଷ ଲୋକ ନଥିବେ, ତାହେଲେ ସେଠାରେ ଦକ୍ଷତା କେନ୍ଦ୍ର ଖୋଲାଯାଇ ଟ୍ରେନିଂ ଦିଆଯିବା ସହ ନିଯୁକ୍ତ ପ୍ରଦାନ କରାଯିବ। 2008ରେ ମଧ୍ୟ ମହାରାଷ୍ଟ୍ର ସରକାର 80 ପ୍ରତିଶତ ରାଜ୍ୟବାସୀଙ୍କୁ ଚାକିରୀ ଦେବା ନେଇ ଘୋଷଣା କରିଥିଲେ। ମାତ୍ର ଦକ୍ଷତାର ଅଭାବ ରହିଥିବାରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ଅନ୍ୟପକ୍ଷେ କର୍ଣ୍ଣାଟକ ମଧ୍ୟ 100 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଚାକିରୀ ଦେବା ପାଇଁ 2016ରେ ଘୋଷଣା କରିଥିଲା। ମଧ୍ୟପ୍ରଦେଶ ମଧ୍ୟ ଏହି ଧାଡିରେ ଥିବା ବେଳେ ଗୋଆ ଓ ଓଡିଶା ମଧ୍ୟ ଏହି ତାଲିକାରେ ରହିଛନ୍ତି।

ଶିକ୍ଷା କିମ୍ବା ଚାକିରୀ ପାଇଁ ହେଉ, ଅନେକ ଲୋକ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି। ଭାରତୀୟ ସମ୍ବିଧାନରେ ମଧ୍ୟ ଏଥିପାଇଁ ଅନୁମତି ଦିଆଯାଇଛି। ଭାରତ ମଧ୍ୟରେ ଜଣେ ଭାରତୀୟ ନାଗରିକ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 19 ଅନୁସାରେ ଏହାକୁ ସ୍ବୀକୃତି ମିଳିଥିବା ବେଳେ ଅନୁଚ୍ଛେଦ 16, 14,15 ଅନୁସାରେ ଚାକିରୀ ପାଇଁ ଜନ୍ମସ୍ଥାନକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ନୁହେଁ। ସମ୍ବିଧାନରେ ଏହି ଧାରାକୁ ନେଇ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି। 2014ରେ ଚାରୁ ଖୁରାନା ବନାମ ୟୁନିୟନ ଅଫ୍ ଇଣ୍ଡିଆ ମାମଲାରେ ଟ୍ରେଡ ୟୁନିୟନ ଜଣେ ମେକଅ୍ ଆର୍ଟିଷ୍ଟଙ୍କୁ ମେମ୍ବରସିପ୍ ଦେବାକୁ ମନା କରିଦେଇଥିଲେ। କାରଣ ସେ ମହାରାଷ୍ଟ୍ରରେ 5 ବର୍ଷ ନଥିଲେ। ହେଲେ ଟ୍ରେଡ ୟୁନିୟନ ଏହି କେସ୍ ହାରିଯାଇଥିଲା।

ବାହାର ରାଜ୍ୟକୁ ଚାକିରୀ ପାଇଁ ଆଶା ରଖୁଥିବା ଲୋକେ ଏହା ଦ୍ବାରା ପ୍ରଭାବିତ ହୋଇପାରନ୍ତି । 2011 ଜନଗଣନା ସମୟରେ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କ ଗଣନା ଠିକ୍ ରୂପେ କରାଯାଇ ପାରିନଥିଲା। ଯେତିକି ଜନଗଣନାରେ ଦେଖିବାକୁ ମିଳିଥିଲା ତା'ଠୁ ଢେର ଗୁଣରେ ଲୋକେ ସ୍ଥାନାନ୍ତର ହେଉଛନ୍ତି। ବିକାଶର ସ୍ତରକୁ ଧ୍ୟାନ ଦେଲେ ଆମେ ସ୍ଥାନାନ୍ତରଣର ସଂଖ୍ୟା ଆକଳନ କରିପାରିବା।

ଉତ୍ତରରୁ ଦକ୍ଷିଣକୁ ସ୍ଥାନାନ୍ତର ହେଉଥିବା ସଂଖ୍ୟାକୁ ଆକଳନ କରିବା ପାଇଁ ପ୍ରଥମେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିବା ଆବଶ୍ୟକ। ପ୍ରଥମ ଭାଗରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଥିବା ବେଳେ ଦ୍ବିତୀୟ ଭାଗରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିବ। ଏହି ରାଜ୍ୟ ମଧ୍ୟରୁ 85 ପ୍ରତିଶତ ଲୋକ ଦକ୍ଷିଣ ଆଡକୁ ସ୍ଥାନାନ୍ତର ହୋଇଥାନ୍ତି। 2011 ଜଣଗଣନା ଯାଏଁ ଏହାର ସଂଖ୍ୟା 85 ପ୍ରତିଶତ ଥିବା ବେଳେ 2021 ଜଣଗଣନାରେ ଏହାର ସଂଖ୍ୟା ବୃଦ୍ଧି ହୋଇପାରେ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, 2017-18ରେ ଦେଶରେ 6.2 ପ୍ରତିଶତ ବେକାରୀ ସମସ୍ୟା ରହିଛି। ଯାହା ବିଗତ 45 ବର୍ଷରେ ସର୍ବାଧିକ। ଏଥିରେ ପ୍ରାୟ ଏକ ତୃତୀୟାଂଶ ରାଜ୍ୟ ସାମିଲ ଅଛନ୍ତି। 2017ର ଅର୍ଥନୈତିକ ସର୍ଭେ ଅନୁସାରେ, 2011-16 ମଧ୍ୟରେ ପ୍ରାୟ 9 ମିଲିୟନ ଲୋକ ସ୍ଥାନାନ୍ତର ହୋଇଥିଲେ। ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରୁ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାଟକୁ ଲୋକେ ଶିକ୍ଷା କିମ୍ବା ଚାକିରୀ ଆଶାରେ ସ୍ଥାନାନ୍ତର ହୋଇଥାନ୍ତି।

ଅନ୍ୟପକ୍ଷେ 2011 ଜନଗଣନା ଅନୁସାରେ, ଗୋଟିଏ ରାଜ୍ୟର ଜିଲ୍ଲା-ଜିଲ୍ଲା ମଧ୍ୟରେ ସ୍ଥାନାନ୍ତର 30 ପ୍ରତିଶତରୁ 58 ପ୍ରତିଶତ ବୃଦ୍ଧି ପାଇଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେରଳ ଭଳି ରାଜ୍ୟରେ ଯେଉଁଠି 93.91 ପ୍ରତିଶତ ସାକ୍ଷରତା ହାର ରହିଛି, ସେଠାରେ ଭାରତର ସର୍ବାଧିକ 11.4 ପ୍ରତିଶତ ବେକାରୀ ଅଛନ୍ତି। ଦିଲ୍ଲୀ ଓ ଚଣ୍ଡିଗଡରେ 40 ପ୍ରତିଶତ, ମୁମ୍ବାଇରେ 24 ପ୍ରତିଶତ ଓ ବେଙ୍ଗାଲୁରୁ, ଚେନ୍ନାଇ , ହାଇଦ୍ରାବାଦ ଭଳି ମେଟ୍ରୋ ସହରରେ 15 ପ୍ରତିଶତ ତଳେ ସ୍ଥାନାନ୍ତର ସଂଖ୍ୟା ରହିଛି।

ରାଷ୍ଟ୍ରବାଦ ପରିବର୍ତ୍ତେ ରାଜ୍ୟରେ ଏକ ଏପରି ଢାଞ୍ଚା ପ୍ରସ୍ତୁତ କରିବା ଜରୁରୀ, ଯେଉଁଥିରେ ଅନ୍ତଃରାଜ୍ୟ ପ୍ରବାସୀଙ୍କୁ ଚାକିରୀ କରିବାକୁ ସୁଯୋଗ ଦିଆଯିବା ସହ ରାଜକୋଷ ବଢିବାରେ ମଧ୍ୟ ସହାୟକ ହେବ। ଦେଶର ବେକାରୀ ସମସ୍ୟା ମଧ୍ୟ ଅର୍ଥନୀତି ହ୍ରାସର ଏକ କାରଣ। 20 ପ୍ରତିଶତ ଭାରତରେ 100 ମିଲିୟନ ଲୋକ ମୁଖ୍ୟତଃ ବାହାର ଦେଶରୁ ଆସିଥାନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦକ୍ଷତାର ଅଭାବ ରହିଥିବାରୁ ବାହାରୁ ଲୋକ ଅଧିକ ପ୍ରବେଶ କରିଥାନ୍ତି। ଭାରତୀୟଙ୍କ ପାଖରେ ମୁଖ୍ୟତଃ ଦକ୍ଷତାର ଅଭାବ ରହିଛି, ଆଉ ଏହାର କାରଣ ହେଉଛି ଶିକ୍ଷା। ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା କେନ୍ଦ୍ର ସମେତ ସଚେତନତାର ଆବଶ୍ୟକତା ରହିଛି । ତାହେଲେ ଯାଇ କୌଣସି ବ୍ୟକ୍ତି ନିଜ ରାଜ୍ୟ କିମ୍ବା ଦେଶ ଛାଡି ଯିବେନାହିଁ ଓ ସମସ୍ତଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ପ୍ରକୃତ ଚାକିରୀ ସୁଯୋଗ ଆଇନ ପ୍ରଣୟନ କରିବା ଦ୍ବାରା ନୁହେଁ ବରଂ ଆଞ୍ଚଳିକ କ୍ଷେତ୍ରରେ ଶିଳ୍ପାୟନ ନିର୍ମାଣ ଦ୍ବାରା ହୋଇଥାଏ। ସଂରକ୍ଷଣ ଦ୍ବାରା ବେକାରୀ ସମସ୍ୟା ଦୂର ହୋଇପାରିବ ନାହିଁ। ସୁସ୍ଥ ବାତାବରଣ, ସରଳ ନିବେଶକ, ଅନୁକୂଳ ନୀତି, କୌଶଳ ବିକାଶ ଓ ବ୍ୟବସାୟ କରିବା ପାଇଁ ଉଚିତ୍ ସୁବିଧା ସୁଯୋଗର ଆବଶ୍ୟକତା ରହିଛି।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.