ETV Bharat / bharat

କୋରୋନା ମୁକାବିଲା: ଗୋଟିଏ ଦିନର ଦରମା ଦେବେ ଦିଲ୍ଲୀ ମେଟ୍ରୋ କର୍ମଚାରୀ - combat efforts in fight against COVID19

କୋରୋନା ମୁକାବିଲା କରିବାକୁ ଦିଲ୍ଲୀ ମେଟ୍ରୋର କର୍ମଚାରୀ ମାନେ ଗୋଟିଏ ଦିନର ଦରମା ପିଏମ କେୟାର୍ସ ପାଣ୍ଠିକୁ ଦେବେ । ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

DMRC has decided to contribute 1 days basic pay to PM CARES Fund to combat efforts in fight against COVID19
କୋରୋନା ମୁକାବିଲା: ଗୋଟିଏ ଦିନର ଦରମା ଦେବେ ଦିଲ୍ଲୀ ମେଟ୍ରୋ କର୍ମଚାରୀ
author img

By

Published : Mar 30, 2020, 11:53 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଦିଲ୍ଲୀ ମେଟ୍ରୋର କର୍ମଚାରୀ ମାନେ ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ (PM CARES) ପାଣ୍ଠିକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳ ନିଗମରେ 14,500 କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଦେଶରେ କୋରୋନା ଏକ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ 21 ଦିନ ପାଇଁ ଲକ ଡାଉନ କରିବାକୁ ଆହ୍ବାନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ସଂଗୃହୀତ ଅର୍ଥ କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯିବ ।

ସୂଚନାଯୋଗ୍ୟ, ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 1251 ରହିଛି । ସେହିପରି କୋରୋନାରେ 32 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 102 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.