ETV Bharat / bharat

ସତର୍କତାମୂଳକ ପଦକ୍ଷେପ ନେବାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ନିର୍ଦ୍ଦେଶ

author img

By

Published : Mar 25, 2020, 4:42 PM IST

କର୍ମଚାରୀ ମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ । ଅଧିକ ସୂଚନା ପାଇଁ ପଢନ୍ତୁ ...

DMRC asks staff to take precautionary steps
ସତର୍କତାମୂଳକ ପଦକ୍ଷେପ ନେବାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋରୋନା ଭାଇରସ ବଢୁଥିବା ପ୍ରଭାବକୁ ଦେଖି ନିଜ କର୍ମଚାରୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) । ସତର୍କତାମୂଳକ ପଦକ୍ଷେପ ଗୁଡିକ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଧାର୍ଯ୍ୟ ହୋଇଥିବା ଏବଂ (ଡିଏମଆରସି) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ମୁତାବିକ ହେବା ଉଚିତ ବୋଲି କହିଛନ୍ତି (ଡିଏମଆରସି) ପରିଚାଳନା ନିର୍ଦ୍ଦେଶକ ମଙ୍ଗୁ ସିଂ ।

ଏହି ସମୟରେ ସମସ୍ତେ ଶାନ୍ତ ରହିବା ଓ ଭୟଭୀତ ନ ହେବା ଉଚିତ ବୋଲି ସେ କହିଥିବା ବେଳେ ଗୁଜବ ଉପରେ ବିଶ୍ବାସ ନ କରିବା ପାଇଁ ସେ ନିବେଦନ କରିଛନ୍ତି । ସେହିଭଳି ବ୍ୟାୟାମ କରି ନିଜକୁ ସୁସ୍ଥ ରଖିପାରିବେ ବୋଲି କହିଛନ୍ତି ପରିଚାଳନା ନିରର୍ଦ୍ଦେଶକ । ଦିଲ୍ଲୀ ମେଟ୍ରୋ ସେବା ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତଥାପି ଆଭ୍ୟନ୍ତରୀଣ କାର୍ଯ୍ୟକ୍ଷମ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଏବଂ ସିଷ୍ଟମର ସୁରକ୍ଷାକୁ ସିଆଇଏସଏଫ ଦ୍ବାରା ତଦାରଖ ହେଉଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.