ETV Bharat / bharat

ପ୍ରଶାନ୍ତ କିଶୋରଙ୍କ ଆଇପିଏସି ସହାୟତାରେ ‘ଅନ୍ଦ୍ରିନେଭିୟୋମ ୱା’ କ୍ୟାମ୍ପେନ ଆରମ୍ଭ

author img

By

Published : May 1, 2020, 6:57 AM IST

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍ କକମ୍ପାନୀ ଆଇପିଏସି ର ସହାୟତାରେ ଆରମ୍ଭ ହୋଇଛି ‘ଅନ୍ଦ୍ରିନେଭିୟୋମ ୱା’ ନାମକ ଏକ କ୍ୟାମ୍ପେନ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଲକଡାଉନରେ ଲୋକଙ୍କ ସମସ୍ୟା ବୁଝି ତାଙ୍କୁ ସାହାଯ୍ୟ କରିବା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଇପିଏସି ସହାଯତାରେ ‘ଅନ୍ଦ୍ରିନେଭିୟୋମ ୱା’ କ୍ୟାମ୍ପେନ ଆରମ୍ଭ

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବହୁ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ପକ୍ଷରୁ ଲୋକଙ୍କୁ ସାହାଯ୍ୟ କରାଯାଉଛି । ତାମିଲନାଡୁର ରାଜନୈତିକ ଦଳ ଡିଏମକେ (ଦ୍ରାଭିଡ ମୁନ୍ନେତ୍ର କଜଗମ) ମଧ୍ୟ ଏହି ସଙ୍କଟ ସମୟରେ ଲୋକଙ୍କ ପାଇଁ ‘ଅନ୍ଦ୍ରିନେଭିୟୋମ ୱା’ ନାମକ ଏକ କ୍ୟାମ୍ପେନ ଆରମ୍ଭ କରିଛି । ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍ କକମ୍ପାନୀ ଆଇପିଏସି (ଇଣ୍ଡିଆନ ପୋଲିଟିକାଲ ଆକ୍ସନ କମିଟି) ର ସହାୟତାରେ ଚାଲୁଥିବା ଏହି କ୍ୟାମ୍ପେନର ମୁଖ୍ୟ ଲକ୍ଷ୍ୟ ହେଉଛି ଲକଡାଉନରେ ଲୋକଙ୍କ ସମସ୍ୟା ବୁଝି ତାଙ୍କୁ ସାହାଯ୍ୟ କରିବା ।

ଆଇପିଏସିର ମିଡିଆ ଆନାଲିଷ୍ଟ ଶିବାଜୀ ଦୁବେ କହିଛନ୍ତି, ‘ଏ ପର୍ଯ୍ୟନ୍ତ ହେଲ୍ପ ଲାଇନ ଜରିଆରେ 9 ଦିନରେ 6 ଲକ୍ଷ 70 ହଜାର 911 ସମସ୍ୟା ରୁଜୁ ହୋଇଛି । 45 ହଜାର 500 ଅସହାୟଙ୍କୁ ଖାଦ୍ୟ ଯୋଗାଇଦିଆଯାଇଛି । ଏହାସହ ଏହି ଅଭିଯାନ ମାଧ୍ୟମରେ ତାମିଲନାଡୁରେ 10 ହଜାର 237 ସ୍ବେଚ୍ଛାସେବୀ ମଧ୍ୟ ଯୋଡିଛନ୍ତି ।’

ଶିବାଜୀ ଦୁବେଙ୍କ ଅନୁସାରେ, ଏମ.କେ ଷ୍ଟାଲିନର ନେତୃତ୍ବରେ ଡିଏମକେର ଲକ୍ଷ୍ୟ ହେଉଛି ରାଜ୍ୟର 4 କୋଟିରୁ ଅଧିକ ନାଗରିକଙ୍କୁ ଏହି ସୁବିଧା ପହଞ୍ଚାଇବା । ଡିଏମକେ ଏହି ଅଭିଯାନ ଜରିଆରେ 2.5 ଲକ୍ଷ ଲୋକଙ୍କ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରିବ । ଏହାପରେ ଏହି ସମସ୍ୟାଗୁଡିକର ସମାଧାନ କରାଯିବ । ଏହି ଅଭିଯାନ ଜରିଆରେ 20 ଲକ୍ଷ ଗରିବଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ଏବଂ ଏହାସହ 10 ଲକ୍ଷ ପରିବାରଙ୍କୁ ସିଧାସଳଖ ଅଭିଯାନ ସହ ଯୋଡିବା ପାଇଁ କୁହାଯିବ ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.