ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ହଙ୍ଗାମା। ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଡିଏମକକେ ବିଧାୟକଙ୍କ କକ୍ଷତ୍ୟାଗ। ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାରେ ଅଭିଭାଷଣ ରଖୁଥିଲେ। ଏହାପରେ ବିରୋଧି ଡିଏମକେକୁ ପକ୍ଷ ରଖିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି।
ଡିଏମକେ ସଭାପତି ଏମ.କେ ଷ୍ଟାଲିନ ନାଗରିକତ୍ବ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ। ମାତ୍ର ରାଜ୍ୟପାଳ ଷ୍ଟାଲିନଙ୍କୁ କହିବାକୁ ସୁଯୋଗ ଦେଇନଥିବା ଡିଏମଏକେ ପକ୍ଷରୁ ଅଭିଯୋଗ କରାଯାଇଛି।