ETV Bharat / bharat

ନିଟ୍‌ ପରୀକ୍ଷା ବନ୍ଦ ପାଇଁ ଡିଏମକେର ପ୍ରଦର୍ଶନ - Ban NEET, save TN students

ନିଟ୍‌(NEET) ପରୀକ୍ଷାକୁ ବିରୋଧ କରି ତାମିଲନାଡୁ ବିଧାନସଭା ଗଲେ ସମସ୍ତ ଡିଏମକେ ବିଧାୟକ ।

ନିଟ୍‌ ପରୀକ୍ଷା ବନ୍ଦ ପାଇଁ ଡିଏମକେର ପ୍ରଦର୍ଶନ

author img

By

Published : Sep 14, 2020, 11:20 AM IST

ଚେନ୍ନାଇ: ନିଟ୍‌(NEET) ପରୀକ୍ଷାକୁ ବିରୋଧ କରି ତାମିଲନାଡୁ ବିଧାନସଭା ଗଲେ ସମସ୍ତ ଡିଏମକେ ବିଧାୟକ । ମୁହଁରେ ‘ବ୍ୟାନ ନିଟ୍‌, ସେଭ୍‌ ତାମିଲନାଡୁ ଷ୍ଟୁଡେଣ୍ଟ’ ଲେଖାଥିବା ମାସ୍କ ପିନ୍ଧି ବିଧାନସଭାକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଡିଏମକେ ସଭାପତି ଏମକେ ଷ୍ଟାଲିନଙ୍କ ନେତୃତ୍ବରେ ସମସ୍ତ ବିଧାୟକ ଏପରି ମାସ୍କ ପିନ୍ଧି ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସେପଟେ ଦଳର ସାଂସଦମାନେ ମଧ୍ୟ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଆଗରେ ନିଟ୍‌ ପରୀକ୍ଷାକୁ ବିରୋଧ କରିଛନ୍ତି । ନିଟ୍‌ ପରୀକ୍ଷାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ତାମିଲନାଡୁରେ 11 ଜଣ ଛାତ୍ର ଆତ୍ମହତ୍ୟା କରିବାକୁ ନେଇ ସେମାନେ ଏପରି କରୁଥିବା ଜଣାପଡିଛି ।

ଛାତ୍ରମାନେ ସ୍କୁଲ ପରୀକ୍ଷାରେ ଭଲ କରିଥିଲେ ମଧ୍ୟ କୋଚିଂ ଅଭାବରୁ ନିଟ୍‌ରେ ଖରାପ କରିଥିବାରୁ ଆତ୍ମହତ୍ୟା କରୁଥିବା ଦର୍ଶାଇ ଡିଏମକେ ପକ୍ଷରୁ ପରୀକ୍ଷାକୁ ବନ୍ଦ କରିବାକୁ ଦାବି କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.