ETV Bharat / bharat

କୋରୋନା ଯୋଗୁଁ ବିପଦରେ ଦିବ୍ୟାଙ୍ଗ

author img

By

Published : May 24, 2020, 12:50 AM IST

ବିଶ୍ବରେ ପ୍ରାୟ ସମସ୍ତ ଦିବ୍ୟାଙ୍ଗ ଲୋକ କୋରୋନା ଯୋଗୁଁ ଗରିବୀ, ଭୋକ, ଅବହେଳିତ, ହିଂସାକାଣ୍ଡର ଶିକାର ହୋଇଛନ୍ତି । ବିଶ୍ବ ଜନସଂଖ୍ୟାର 15 ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ଅଧିକ ପଢନ୍ତୁ...

କୋରୋନା ଯୋଗୁଁ ବିପଦରେ ଦିବ୍ୟାଙ୍ଗ
କୋରୋନା ଯୋଗୁଁ ବିପଦରେ ଦିବ୍ୟାଙ୍ଗ

ହାଇଦ୍ରାବାଦ: କୋରୋନା ଯୋଗୁଁ ବିଶ୍ବର ସମସ୍ତ ଲୋକ ଓ ସବୁପ୍ରକାର ସେକ୍ଟର ପ୍ରଭାବିତ । ମହାମାରୀ କବଳରୁ କେହି ବି ବର୍ତ୍ତିପାରିନାହାନ୍ତି । ତେବେ ଏପରି ସମୟରେ ବିଶ୍ବରେ ସବୁଠାରୁ ଅଧିକ କ୍ଷତିରେ ପଡିଛନ୍ତି ଦିବ୍ୟାଙ୍ଗ ଲୋକ । ବିଭିନ୍ନ ରାଷ୍ଟ୍ରରେ ସରକାର ଏମାନଙ୍କ ପ୍ରତି ଅବହେଳା କରିଥିବା ଜାତିସଂଘର ଏକ ରିପୋର୍ଟରୁ ପ୍ରକାଶ ପାଇଛି ।

ବିଶ୍ବରେ ପ୍ରାୟ ସମସ୍ତ ଦିବ୍ୟାଙ୍ଗ ଲୋକ କୋରୋନା ଯୋଗୁଁ ଗରିବୀ, ଭୋକ, ଅବହେଳିତ, ହିଂସାକାଣ୍ଡର ଶିକାର ହୋଇଛନ୍ତି । ବିଶ୍ବ ଜନସଂଖ୍ୟାର 15 ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ସେହିପରି ବିଶ୍ବରେ 60 ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ 46 ପ୍ରତିଶତ ଦିବ୍ୟାଙ୍ଗ । ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ଲୋକଙ୍କୁ ଏହି ରୋଗ ଅଧିକ ଆକ୍ରମଣ କରିଛି । ଏଥିରେ ସେମାନେ ଅଧିକ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଦିବ୍ୟାଙ୍ଗ ଲୋକ ମଧ୍ୟ ରହିଥିବାର ଏହି ରିପୋର୍ଟରୁ ପ୍ରକାଶ ପାଇଛି ।

ସେହିପରି ଅନେକ ରାଷ୍ଟ୍ରରେ ଦିବ୍ୟାଙ୍ଗ ଲୋକଙ୍କୁ ଯଥେଷ୍ଟ ପରିମାଣରେ ରାସନ ସାମଗ୍ରୀ ଯୋଗାଯାଇନାହିଁ । ସେମାନଙ୍କୁ ଅବହେଳା କରାଯିବ ସହ ଏହି ସାମଗ୍ରୀ ବଣ୍ଟନରେ ଭେଦଭାବ ସୃଷ୍ଟି କରାଯାଉଛି । ଏପରି ସମୟରେ ଏହି ଅବସ୍ଥା ଲାଗି ରହିବା ଉଚିତ ନୁହେଁ । ସମସ୍ତ ଦିବ୍ୟାଙ୍ଗଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ଜାତିସଂଘ ନିର୍ଦ୍ଦେଶ ଦେଇଛି । ଦିବ୍ୟାଙ୍ଗଙ୍କୁ ସାଧାରଣ ମଣିଷଙ୍କ ସହ ତୁଳନା କରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସାହାଯ୍ୟ ଦେବାକୁ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.