ETV Bharat / bharat

କର୍ଣ୍ଣାଟକ ଉପନିର୍ବାଚନ ଇଫେକ୍ଟ; ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫା - ଇସ୍ତଫା ଦେଲେ ରାଜ୍ୟ କଂଗ୍ରେସ ସଭାପତି

ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି ୟେଦୁରପ୍ପାଙ୍କ ସରକାର । ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ଦଳକୁ ମିଳିଛି 12ଟି ଆସନ । ଅନ୍ୟପଟେ କଂଗ୍ରେସରୁ ଆରମ୍ଭ ହୋଇଛି ଇସ୍ତଫା ପର୍ବ ।

PHOTO
କର୍ଣ୍ଣାଟକ ଉପ-ନିର୍ବାଚନ ଇଫେକ୍ଟ
author img

By

Published : Dec 9, 2019, 6:33 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ କଂଗ୍ରେସରେ ଏକପ୍ରକାର ଇସ୍ତଫା ପର୍ବ ଆରମ୍ଭ ହୋଇଛି । ପ୍ରଥମେ ବିରୋଧୀ ଦଳ ନେତା ପଦରୁ ସିଦ୍ଧରମୈୟା ଇସ୍ତଫା ଦେବାପରେ ତାଙ୍କୁ ଅନୁସରଣ କରି ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ମଧ୍ୟ ଇସ୍ତଫା ଦେଇଛନ୍ତି । ଦିନେଶ କହିଛନ୍ତି ସେ ରାଜ୍ୟ କଂଗ୍ରେସର ମୁଖ୍ୟ ହିସାବରେ ଉପନିର୍ବାଚନ ଦାୟିତ୍ବ ତାଙ୍କ ଉପରେ ଥିଲା । ହେଲେ ଦଳ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଫଳରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛନ୍ତି ।

15ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିବାବେଳେ ଆଜି ଆସିଛି ନିର୍ବାଚନ ଫଳାଫଳ । ଉପନିର୍ବାଚନରେ ବିଜେପି ଏକତରଫା ଭାବେ 12 ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର 2ଟି ସିଟ । ଏହାସହ ରାଜ୍ୟରେ ପ୍ରଭାବ ରଖିଥିବା ଜେଡିଏସ ଖାତା ଖୋଲି ପାରିନାହିଁ । ଆଉ ଏକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.