ETV Bharat / bharat

‘ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ଗୁଳି ମାରିଦେବୁ’ - CAA AND NRC

ପୁରା ଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ବା ଏନଆରସି ଲାଗୁ କରିବାକୁ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ସେ ଦାବି କରିଛନ୍ତି କି କେବଳ ପଶ୍ଚିମବଙ୍ଗରେ ହିଁ ଏକ କୋଟି ଅବୈଧ ବାଂଲାଦେଶୀ ରହୁଛନ୍ତି । ଅଧିକ ପଢନ୍ତୁ...

Dilip Ghosh
ଫାଇଲ ଫଟୋ
author img

By

Published : Jan 20, 2020, 4:17 AM IST

କୋଲକାତା: ପୁରା ଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ବା ଏନଆରସି ଲାଗୁ କରିବାକୁ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ସେ ଦାବି କରିଛନ୍ତି କି କେବଳ ପଶ୍ଚିମବଙ୍ଗରେ ହିଁ ଏକ କୋଟି ଅବୈଧ ବାଂଲାଦେଶୀ ରହୁଛନ୍ତି । ଏନଆରସି ଲାଗୁ କରି ସେମାନଙ୍କୁ ବିତାଡିତ କରିବାକୁ କହିଛନ୍ତି ସେ ।

ପଶ୍ଚିମବଙ୍ଗର ଉତ୍ତର 24 ପରଗନା ଜିଲ୍ଲାର ବାରାସାତରେ ରବିବାର ଅନୁଷ୍ଠିତ ଏକ ରାଲିରେ ଯୋଗ ଦେଇ ଏଭଳି କିଛି ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ । ମମତା ବାନାର୍ଜୀ ସରକାରରେ 500କୋଟିର ସାର୍ବଜନୀନ ସମ୍ପତ୍ତି ନଷ୍ଟ କରି ଦଣ୍ଡରୁ ରକ୍ଷା ପାଇଥିବ ମାତ୍ର ବିଜେପି ସରକାରରେ ଏମିତି ହେବନାହିଁ । ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଗୁଳି ମାରି ଦିଆଯିବ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗରେ ଥିବା 1 କୋଟି ଅବୈଧ ମୁସଲିମ ବାଂଲାଦେଶୀଙ୍କୁ ଏନଆରସି ଲାଗୁ କରାଯାଇ ଦେଶରୁ ବିତାଡିତ କରାଯିବ ବୋଲି ସେ ଦାବି କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକେ ବଙ୍ଗାଳୀ କିମ୍ବା ଭାରତ ବିରୋଧି ବୋଲି ମଧ୍ୟ ଦିଲ୍ଲୀପ କହିଥିଲେ । ପଶ୍ଚିମବଙ୍ଗରେ ବାଂଲାଦେଶୀ ମୁସଲମାନ ଦୁଇ ଟଙ୍କାର ଚାଉଳ ଖାଇ ସୁସ୍ଥ ସବଳ ହେଉଥିବାର କହିଛନ୍ତି ସେ । ସେମାନେ ପୁରା ରାଜ୍ୟରେ ହିଂସା କରୁଛନ୍ତି ବୋଲି ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.