ଭୋପାଳ: ଉମର ଖାଲିଦଙ୍କୁ ସମର୍ଥନ କରି ଟ୍ବିଟ କଲେ ଦିଗବିଜୟ ସିଂ । ସିଏଏ ଏବଂ ଏନଆରସିକୁ ନେଇ ଦିଲ୍ଲୀରେ ଘଟିଥିବା ହିଂସାର ଅଭିଯୁକ୍ତ ଉମର ଖାଲିଦଙ୍କ ସମର୍ଥନରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ଟ୍ବିଟ୍ କରିଛନ୍ତି।
![ଉମର ଖାଲିଦଙ୍କ ସମର୍ଥନରେ ଟ୍ବିଟ୍ କଲେ ଦିଗବିଜୟ ସିଂ](https://etvbharatimages.akamaized.net/etvbharat/prod-images/mp-bho-16-umar-khalid-mamla-10001_16092020232858_1609f_1600279138_302.jpg)
ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ହର୍ଷ ମନ୍ଦର ମଧ୍ୟପ୍ରଦେଶ କ୍ୟାଡରର ଜଣେ ସଚ୍ଚୋଟ ଆଇଏଏସ ଅଧିକାରୀ । ମୁଁ ଗତ 35-40 ବର୍ଷ ଧରି ତାଙ୍କ ସହ ପରିଚିତ ଅଛି । ଯଦି ସେ ଉମର ଖାଲିଦଙ୍କ ସପକ୍ଷରେ ଅଛନ୍ତି, ମୁଁ ତାଙ୍କ ସହ ଅଛି, ଗାନ୍ଧୀବାଦୀ କେବେ ହିଂସାତ୍ମକ ହୋଇପାରିବେ ନାହିଁ ।
ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଦିଲ୍ଲୀ ହିଂସା ମାମଲାର ତଦନ୍ତ କରୁଥିବା ସ୍ପେଶିଆଲ ସେଲ ଉମର ଖାଲିଦଙ୍କୁ ଗିରଫ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ