ETV Bharat / bharat

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ପ୍ରଣବ ଦା'ଙ୍କୁ ଦେଲେ ଅନ୍ତିମ ବିଦାୟ

author img

By

Published : Sep 1, 2020, 12:36 PM IST

Updated : Sep 1, 2020, 1:28 PM IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ର ପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଦର୍ଶନ କରିବା ସହ ଦେଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ...

Dignitaries including president, vice president, pm modi pays tribute, former president pranab mukherjee, ପ୍ରଣବ ମଖାର୍ଜୀଙ୍କୁ ଶେଷ ବିଦାୟ, ରାଷ୍ଟ୍ରପତି ରାମନାଥ କୋବବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଣବ ମୁଖାର୍ଜୀଙ୍କୁ ଶେଷ ବିଦାୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଅଧିକାରୀକ ବାସଭବନରେ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ଦର୍ଶନ କରିଛନ୍ତି ।

ପ୍ରଣବ ଦା'ଙ୍କୁ ଦେଲେ ଅନ୍ତିମ ବିଦାୟ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ତିନି ସେନା ମୁଖ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରଣବଙ୍କୁ ଅର୍ପଣ କରିଛନ୍ତି ଶ୍ରଦ୍ଧା ସୁମନ । ମଙ୍ଗଳବାର ସକାଳୁ ପ୍ରଣବ ମୁଖାର୍ଜୀଙ୍କ ମୃତଦେହ ତାଙ୍କ ଅଧିକାରୀକ ବାସଭବନକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା ।

ମଙ୍ଗଳବାର ଦିନ 2ଟାରେ ଲୋଧି ରୋଡ ସ୍ଥିତ ସ୍ମଶାନରେ ପ୍ରଣବଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି । ତେବେ ବିଶେଷ ସୁତ୍ରରୁ ପ୍ରକାଶ ଯେ କୋରୋନା କଟକଣା କାରଣରୁ ସାଧାରଣ ଗନ କ୍ୟାରେଜ ବଦଳରେ ଭ୍ୟାନ ଯୋଗେ ତାଙ୍କ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯିବ ।

ସୂଚନା ଯୋଗ୍ୟ ଯେ ମସ୍ତିସ୍କ ଅସ୍ତ୍ରୋପଚାର ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ପ୍ରଣବ ମୁଖାର୍ଜୀ। ପରେ ଫୁସଫୁସରେ ମଧ୍ୟ ସଂକ୍ରମଣ ହେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଓ ସୋମବାର ସନ୍ଧ୍ୟାରେ 84 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

Last Updated : Sep 1, 2020, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.