ଶ୍ରୀନଗର: ଧାରା 370 ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ କାଶ୍ମୀରରେ ତାଲାବନ୍ଦ ଏବେ ଆର୍ଥିକ ସଙ୍କଟ ସୃଷ୍ଟି କରିଛି।
ଧାରା 370 ଉଚ୍ଛେଦ ପୂର୍ବରୁ ଜାମ୍ମୁ କାଶ୍ମୀରର ବିକାଶ ସୂଚକାଙ୍କ ଯଥାକ୍ରମେ ଶିଶୁ ମୃତ୍ୟୁ ହାର, ସାକ୍ଷରତା ଏବଂ ଦାରିଦ୍ର୍ୟ ଅର୍ଥନୈତିକ ବିକାଶ ଆଦି ଜାତୀୟ ହାର ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ରାଜ୍ୟ ଅପେକ୍ଷା ଭଲ ଥିଲା।
ଏକମାତ୍ର ଚିନ୍ତାର ବିଷୟ ହେଉଛି ବେସରକାରୀ ପୁଞ୍ଜି ବିନିଯୋଗର ଅଭାବ । ବିଶ୍ଳେଷକମାନଙ୍କ କହିବା ଅନଯାୟୀ ଏହା ଧାରା 370ର ଅସ୍ତିତ୍ବ ଯୋଗୁଁ ନୁହେଁ ବରଂ ଦୀର୍ଘ ଦଶକ ଧରି ରାଜନୈତିକ ଅସ୍ଥିରତା ଏବଂ ସୁରକ୍ଷା ପରିସ୍ଥିତି ଯୋଗୁଁ ହୋଇଥିଲା ।
ବିଜେପି ସରକାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଜାମ୍ମୁ କାଶ୍ମୀରରେ ରାଜନୈତିକ ଦଳମାନେ ତୀବ୍ର ବିରୋଧ କରିଥିଲେ। ଗୋଟିଏ ବର୍ଷ ପରେ, ଧାରା 370 ଉଚ୍ଛେଦ ଆଳରେ ବିକାଶ କାହାଣୀ କହୁଥିବା ବିଜେପି ଉପରରେ ଏମାନେ ପ୍ରଶ୍ନ ଉଠାଇଛନ୍ତି ।
ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତାର ପୁନରୁଦ୍ଧାର ଏବଂ ଅଗଷ୍ଟ 5 ତାରିଖ ପୂର୍ବର ସ୍ଥିତିକୁ ଫେରାଇ ଆଣିବାକୁ ଦାବି କରିଛି ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି । ଏହାସହ ଧାରା 370 ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରରେ ବିଜେପି ଏବଂ ଆରଏସଏସ ଏଜେଣ୍ଡା ପୂରଣ ହୋଇଥିବା ବେଳେ ବିକାଶର ଚିହ୍ନବର୍ଣ୍ଣ ନଥିବା ଦଳ ପକ୍ଷରୁ କୁହାଯାଇଛି ।
ଶ୍ରୀନଗରର ପିଡିପି ନେତା ରୁଫଦାର ଇଟିଭି ଭାରତକୁ କହିଛନ୍ତି ଧାରା 370 ଉଚ୍ଛେଦ ଦ୍ବାରା କେବଳ ବିଜେପି ଏବଂ ଆରଏସଏସର ଏଜେଣ୍ଡା ପୂରଣ ହୋଇଛି। ବେକାରୀ ବୃଦ୍ଧି, ଅର୍ଥନୀତି ଜମ୍ମୁ-କଶ୍ମୀରର ଅବସ୍ଥା ଆହୁରି ବିଗିଡି ଯାଇଛି ବୋଲି ସେ କହିଛନ୍ତି ।
ଅର୍ଥନୈତିକ ଏବଂ ବିକାଶ ବିଶ୍ଳେଷକ ଏଜାଜ ଆୟୁବ କହିଛନ୍ତି ଯେ ଅଗଷ୍ଟ 5 ପରେ ଲାଗୁ ହୋଇଥିବା ବନ୍ଦ ଯୋଗୁଁ ଜାମ୍ମୁ କାଶ୍ମୀରରେ ବିକାଶ ତଥା ଅର୍ଥିକ ବେପାର ବନ୍ଦ ହୋଇଯାଇଥିଲା । ଏବେ କୋରୋନା ଯୋଗୁଁ ଏହି ସଙ୍କଟ ଆହୁରି ବୃଦ୍ଧି ପାଇଛି ।
ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଅର୍ଥନୀତିରେ 40-45 ହଜାର କୋଟି କ୍ଷତି ସହିଛି, ଯେଉଁଥିପାଇଁ ଚାକିରି କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିଛି ।
ଜାମ୍ମୁ କାଶ୍ମୀରର ଅର୍ଥନୀତି ହ୍ରାସ ପାଇଛି। ଜାମ୍ମୁ ଓ କାଶ୍ମୀରର ମୋଟ ଘରୋଇ ଉତ୍ପାଦ (ଜିଡିପି) ହେଉଛି -20। ଭାରତୀୟ ଅର୍ଥନୀତିର ମନିଟରିଂ ସେଣ୍ଟର ଅନୁଯାୟୀ ବେକାରୀ ହାର 22% ରୁ ଅଧିକ ହୋଇଛି। ଏପରିକି ବିଶ୍ବ ବିନିଯୋଗ ସମ୍ମିଳନୀ ଆୟୋଜନ କରାଯାଇପାରିବ ନାହିଁ ବୋଲି ସେ ଇଟିଭି ଭରତଙ୍କୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ପାଇଁ ରାଜନୈତିକ ସ୍ଥିରତା ଏବଂ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଧାରା 370 ଉଚ୍ଛେଦ ଦ୍ବାରା ଆର୍ଥିକ ସ୍ଥିରତା କିମ୍ବା ପୁଞ୍ଜି ବିନିଯୋଗ ହୋଇପାରିବ ନାହିଁ।