ETV Bharat / bharat

ଅଯୋଧ୍ୟ ରାୟ: ଅନ୍ୟ ଦେଶ ସହ ଆଲୋଚନା ହୋଇଛି ସଫଳ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ବିଶ୍ବକୁ ଅବଗତ କରାଇଛି ଭାରତ। ଏହି ପ୍ରସଙ୍ଗରେ ବିଭିନ୍ନ ଦେଶ ସହ ଆଲୋଚନା ସଫଳ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

author img

By

Published : Nov 22, 2019, 9:29 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ବିଶ୍ବକୁ ଅବଗତ କରାଇଛି ଭାରତ। ଏହି ପ୍ରସଙ୍ଗରେ ବିଭିନ୍ନ ଦେଶ ସହ ଆଲୋଚନା ସଫଳ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, "ଯଦି ଭାରତରେ କୌଣସି ବଡ ନିଷ୍ପତ୍ତି ନିଆଯାଉଛି ତାହାଲେ, ଏ ବାବଦରେ ଅନ୍ୟ ଦେଶକୁ ଅବଗତ କରାଇବା ସହ ଏହି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିବା ବୈଦେଶିକ ମନ୍ତ୍ରଣାଳୟର କର୍ତ୍ତବ୍ୟ । ଏଭଳି ମାମଲା ସମ୍ପର୍କରେ ଯଦି କିଏ ଆମକୁ ପ୍ରଶ୍ନ କରନ୍ତି କିମ୍ବା ଜାଣିବା ପାଇଁ ଅନୁରୋଧ କରନ୍ତି ତାହେଲେ ସେମାନଙ୍କୁ ଉତ୍ତର ଦେବା ଆମର ଦାୟିତ୍ୱ। "

ଅଯୋଧ୍ୟା ରାୟ ଆସିବା ପରେ ଭାରତ ଦିଲ୍ଲୀରେ ହିଁ କିଛି ଦେଶ ସହ ସମ୍ପର୍କ କରିଥିଲା । ଆଉ ଯେଉଁ ଦେଶ ସହ ଏଠାରେ ସମ୍ପର୍କ କରିବା ସମ୍ଭବ ନଥିଲା ସେମାନଙ୍କ ସହ ବିଦେଶରେ ଥିବା ଭାରତୀୟ ଅଧିକାରୀ ଯୋଗାଯୋଗ କରିଥିଲେ। ଭାରତର ନିଷ୍ପତ୍ତିକୁ ବିଶ୍ବ ସମୁଦାୟ ସମର୍ଥନ କରିଛନ୍ତି ବୋଲି ରବୀଶ କୁମାର କହିଛନ୍ତି।

ଭାରତବର୍ଷର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ସୁପ୍ରିମକୋର୍ଟଙ୍କ ଦ୍ବାରା ଚଳିତ ମାସ 9 ତାରିଖରେ ପ୍ରକାଶ ପାଇଥିଲା। ସର୍ବୋଚ୍ଚ ଅଦାଲତ ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ଏବଂ ମସଜିଦ ନିର୍ମାଣ ପାଇଁ ମୁସଲିମ୍ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ସରକାରଙ୍କୁ ଆଦେଶ ଦେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.