ନୂଆଦିଲ୍ଲୀ: ଚୀନରେ କାୟା ବିସ୍ତାର କରିଥିବା କୋରୋନା ଭାଇରସର ପ୍ରକୋପ ଧିରେ ଧିରେ ବଢିବାରେ ଲାଗିଛି। ଚୀନରେ ରହୁଥିବା ଭାରତୀୟଙ୍କୁ ଏହି ଭାଇରସ କବଳରୁ ବଞ୍ଚାଇବା ପାଇଁ ଏୟାର ଇଣ୍ଡିଆର ଏକ ବିମାନ ସେଠାକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଏୟାର ଇଣ୍ଡିଆକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି।
ଏୟାର ଇଣ୍ଡିଆ ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନର ଉହାନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆର ବୋଇଂ 747କୁ ଷ୍ଟାଣ୍ଡ ବାଇରେ ରଖାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଏହା ବୁହାନ ଅଭିମୁଖେ ଉଡାଣ ଭରିବ। ସେପଟେ ବିମାନ କୃ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାକ ମାସ୍କ, ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫର ଟିମ ଭଳି ସମସ୍ତ ଆବଶ୍ୟକୀୟ ଜିନିଷ ପ୍ରସ୍ତୁତ କରାଯାଇଛି।
-
Our Embassy in Beijing is constantly checking on the health and well-being of the Indians in China. Please follow @EOIBeijing for more updates on the situation. https://t.co/IGOfQ7YPE9
— Dr. S. Jaishankar (@DrSJaishankar) January 26, 2020 " class="align-text-top noRightClick twitterSection" data="
">Our Embassy in Beijing is constantly checking on the health and well-being of the Indians in China. Please follow @EOIBeijing for more updates on the situation. https://t.co/IGOfQ7YPE9
— Dr. S. Jaishankar (@DrSJaishankar) January 26, 2020Our Embassy in Beijing is constantly checking on the health and well-being of the Indians in China. Please follow @EOIBeijing for more updates on the situation. https://t.co/IGOfQ7YPE9
— Dr. S. Jaishankar (@DrSJaishankar) January 26, 2020
ସୂଚନାଯୋଗ୍ୟ ଯେ, ଚୀନ୍ରେ କରୋନା ଭାଇରସ୍ ଜନିତ ମୃତ୍ୟୁସଂଖ୍ୟା 132ରେ ପହଞ୍ଚିଛି। ସେହିପରି ପ୍ରାୟ 600ରୁ ଊର୍ଦ୍ଧ୍ବ ଭାଇରସ୍ ଆକ୍ରାନ୍ତ ଅଛନ୍ତି। ଉହାନରେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଛାତ୍ର ଅଧ୍ୟୟନରତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଇରସ ବ୍ୟାପିବା ପୂର୍ବରୁ ଭାରତ ଆସିଥିବା ବେଳେ ଏବେ ପ୍ରାୟ ୨୫୦ରୁ ୩୦୦ ଭାରତୀୟ ସେଠାରେ ଅଛନ୍ତି।
(@ANI)