ETV Bharat / bharat

ଏୟାର ଇଣ୍ଡିଆ ବିମାନ କ୍ରାସ୍ ଲ୍ୟାଣ୍ଡିଂ ଘଟଣା: ପୂର୍ବରୁ କୋଝିକୋଡ କର୍ତ୍ତୃପକ୍ଷଙ୍କୁ ଅଲର୍ଟ ଜାରି କରିଥିଲା ଡିଜିସିଏ - DGCA alerted Kozhikode airport

କେରଲ କୋଝିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଛାନଭିନ ଆରମ୍ଭ ହୋଇଯାଇଛି । ଦୁର୍ଘଟଣାକୁ ନେଇ ଡିଜିସିଆଇ ପକ୍ଷରୁ ଏନେଇ ଏକ ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋଝିକୋଡ କର୍ତ୍ତୃପକ୍ଷଙ୍କୁ ଅଲର୍ଟ ଜାରି କରିଥିଲା ଡିଜିସିଏ

author img

By

Published : Aug 8, 2020, 10:15 PM IST

ନୂଆଦିଲ୍ଲୀ : କେରଳ କୋଝିକୋଡର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତର ତଦନ୍ତ ଆରମ୍ଭ ହୋଇଯାଇଛି । ଦୁର୍ଘଟଣାର କାରଣ ପ୍ରାଥମିକ କାରଣ ପ୍ରବଳ ବର୍ଷା ସାଙ୍ଗକୁ ବିପଦଜ୍ଜନକ ରେନୱେ ବୋଲି କୁହାଯାଉଥିଲା । ଏନେଇ ବିମାନ ଚଳାଚଳ ନିୟମକ ଡିଜିସିଏ ପକ୍ଷରୁ ଏକ ସୂଚନା ମିଳିଛି । ଗତ 2019 ଜୁଲାଇ 11ରେ ରେନୱେର ଖରାପ ସ୍ଥିତି ନେଇ ଡିଜିସିଏ ବିମାନ କର୍ତ୍ତୃପକ୍ଷଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରି ଆଲର୍ଟ କରିଥିଲା ।

କୋଝିକୋଡ କର୍ତ୍ତୃପକ୍ଷଙ୍କୁ ଅଲର୍ଟ ଜାରି କରିଥିଲା ଡିଜିସିଏ
କୋଝିକୋଡ କର୍ତ୍ତୃପକ୍ଷଙ୍କୁ ଅଲର୍ଟ ଜାରି କରିଥିଲା ଡିଜିସିଏ

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହାର କାରଣ ଦର୍ଶାଅ ନୋଟିସରେ ରନୱେରେ ଥିବା ଫାଟ, ପାଣି ଜମୁଥିବା ଏବଂ ଅନ୍ୟାନ୍ୟ ରବର ଜମା ହେଉଥିବା ନେଇ ଏକ ନୋଟିସ ଜାରି କରିଥିଲେ ।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତ ବର୍ଷ ଜୁଲାଇ 2 ଘଟଣା ପରେ ଡିଜିସିଏ ଜୁଲାଇ 4 ଏବଂ ଜୁଲାଇ 5 ରେ ବିମାନବନ୍ଦରକୁ ଯାଞ୍ଚ କରି ବିଭିନ୍ନ ସୁରକ୍ଷା ଅଭାବକୁ ଦର୍ଶାଇଥିଲେ । ଜୁଲାଇ 11 ରେ, କୋଝିକୋଡ ବିମାନବନ୍ଦର ନିର୍ଦ୍ଦେଶକ କେ ଶ୍ରୀନିବାସା ରାଓଙ୍କୁ ଏନେଇ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା ବୋଲି ଅନ୍ୟ ଜଣେ ଡିଜିସିଏ ଅଧିକାରୀ କହିଛନ୍ତି। ତେବେ କାରଣ ଦର୍ଶାଅ ନୋଟିସ ଜାରି ହେବା ପରେ ରାଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଗତ ଶୁକ୍ରବାର ସନ୍ଧ୍ୟାରେ କୋଝିକୋଡ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଦୁବାଇରୁ କଲିକଟକୁ ଆସୁଥିବା ଏୟାର ଇଣ୍ଡିଆ ବିମାନ ରେନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବନ୍ଦେ ଭାରତ ମିଶନ ଅଧିନରେ 190 ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ବିମାନଟି ଦୁର୍ଘଟଣା ଘଟିଥିଲା । ଏଥିରେ 2 ପାଇଲଟଙ୍କ ସମେତ 19 ଜଣଙ୍କ ଜୀବନ ଯିବା ସହ 123 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ଡିଜିସିଏ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ଶନିବାର ଦିନ କହିଛି ଯେ, ଦୁର୍ଘଟଣାରେ ପ୍ରଭାବିତ ଯାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବା ପାଇଁ କେରଳର କୋଝିକୋଡକୁ ତିନୋଟି ରିଲିଫ ବିମାନର ବ୍ୟବସ୍ଥା କରାଯାଇଛି। ଅଧିକାରୀ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶନିବାର ଦିନ କୋଝିକୋଡ ଯିବେ ।

ଶନିବାର ସକାଳେ AAIB (ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ), ଡିଜିସିଏ ଏବଂ ବିମାନ ସୁରକ୍ଷା ବିଭାଗର ଅଧିକାରୀମାନେ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.