ETV Bharat / bharat

ପାରୋଲରେ ଆସିବେ ରାମ ରହିମ ! - ram-rahim

ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି । ତାଙ୍କୁ ଖୁବଶୀଘ୍ର ପାରୋଲ ମିଳିବା ନେଇ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Jun 24, 2019, 8:13 PM IST

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି । ତାଙ୍କୁ ଖୁବଶୀଘ୍ର ପାରୋଲ ମିଳିପାରେ ବୋଲି ଜାଣିବାକୁ ମିଳିଛି । ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଇଚ୍ଛା ପ୍ରକାଶ କରି ପାରୋଲ ପାଇଁ ଆବେଦନ କରିଛନ୍ତି । ତେବେ ବାବାଙ୍କ ଆଚାର ବ୍ୟବହାର ବର୍ତ୍ତମାନ ଭଲ ରହିଛି । କିନ୍ତୁ ପାରୋଲ ପ୍ରଦାନ କରିବାର ନିଷ୍ପତ୍ତି କମିଶନରଙ୍କ ନିକଟରେ ଥାଏ ବୋଲି ହରିୟାଣା ମନ୍ତ୍ରୀ କୃଷ୍ଣା ପାୱାର କହିଛନ୍ତି ।

ସେପଟେ ବାବାଙ୍କ ପାରୋଲକୁ ନେଇ ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ପ୍ରତିକ୍ରିୟା ଦେିଛନ୍ତି । ତାଙ୍କୁ ପାରୋଲ ମିଳିବାର ଅଧିକାର ଅଛି । ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କୁ ବି ପାରୋଲ ମିଳିପାରେ । ଏଭଳି ଆଇନ ମଧ୍ୟ ରହିଛି । ସରକାର ଆଇନ ଅନୁଯାୟୀ ଚାଲନ୍ତି ବୋଲି ସେ କହିଛନ୍ତି । ଦୁଇଟି ଦୁଷ୍କର୍ମ ମାମଲାରେ ରାମ ରହିମଙ୍କୁ ପ୍ରଥମେ 20 ବର୍ଷ ଜେଲଦଣ୍ତ ଶୁଣାଣି ହୋଇଥିଲା । ଏହା ପରେ ଚଳିତ ବର୍ଷ ତାଙ୍କୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା ।

Intro:Body:

dfx

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.