ନୂଆଦିଲ୍ଲୀ: ସିଲ ହେଲ ଦିଲ୍ଲୀର ପ୍ରସିଦ୍ଧ ବେଙ୍ଗଲୀ ମାର୍କେଟ। ମାର୍କେଟରେ 3 ଜଣ କୋରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ପ୍ରଶାସନ ଦ୍ବାରା ପୂରା ମାର୍କେଟ ସିଲ କରାଯାଇଛି।
ଏହାସହ ଏକ ପେଷ୍ଟ୍ରି ଦୋକାନ ଉପରୁ 35 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ପେଷ୍ଟ୍ରି ଦୋକାନ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଲକ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏହି ଦୋକାନ ନିୟମ ଉଲ୍ଲଂଘନ କରି କାରବାର କରୁଥିଲା ।
ଦୋକାନରେ କାମ କରୁଥିବା ଶ୍ରମିକ ମାନଙ୍କୁ ଅତି ଅସ୍ବଚ୍ଛ ସ୍ଥାନରୁ ଉଦ୍ଧାର କରାଯାଇଛି । ଯେଉଁଠି ଏକାଠି 35 ଜଣ ରହିଥିଲେ । ଏମାନଙ୍କ ଭିତରେ ସାମାଜିକ ଦୂରତ୍ବ ବି ନଥିଲା ।