ETV Bharat / bharat

ବଢୁଛି ବାୟୁ ପ୍ରଦୂଷଣ, ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର - ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର

ବାୟୁ ପ୍ରଦୂଷଣରେ ପରିବେଶ ଅଣନିଶ୍ବସୀ । ବିଷ ବଳୟରେ ଦିଲ୍ଲୀ ସହର । ଶୁକ୍ରବାର ସକାଳରେ ଘନ କୁହୁଡି ଏବଂ ପ୍ରଦୂଷଣ ଯୋଗୁଁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା ଗମ୍ଭୀର ଦର୍ଶାଇଛି । ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ସାରା ସହରରେ ବାୟୁର ଗୁଣବତ୍ତା 431 ପଏଣ୍ଟ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର
ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର
author img

By

Published : Jan 15, 2021, 5:11 PM IST

ନୂଆଦିଲ୍ଲୀ: ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ବାୟୂ ପ୍ରଦୂଷଣ । ବାୟୁ ପ୍ରଦୂଷଣରେ ପରିବେଶ ଅଣନିଶ୍ବସୀ । ବିଷ ବଳୟରେ ଦିଲ୍ଲୀ ସହର । ଶୁକ୍ରବାର ସକାଳରେ ଘନ କୁହୁଡି ଏବଂ ପ୍ରଦୂଷଣ ଯୋଗୁଁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା ଗମ୍ଭୀର ଦର୍ଶାଇଛି । ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ସାରା ସହରରେ ବାୟୁର ଗୁଣବତ୍ତା 431 ପଏଣ୍ଟ ରହିଛି । ଯାହାକି ବହୁତ ଖରାପ ଥିବା ପରିବେଷ ବିଭାଗ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ସହରର ଅନେକ ସ୍ଥାନରେ AQIରେ ବାୟୁର ଗୁଣବତ୍ତା ଗମ୍ଭୀର ଦର୍ଶାଇଛି । ଯେପରି ଆର.କେ ପୁରାମରେ ବାୟୁର ଗୁଣବତ୍ତା ନିମ୍ନ ସ୍ତରରେ ଅର୍ଥାତ 492 ପଏଣ୍ଟ ରହିଛି । ସେହିପରି ଦ୍ୱାରକା ସେକ୍ଟର -8 ରେ 497, ଅଶୋକ ବିହାରରେ 472, ଶାଦିପୁରରେ 443 ଏବଂ ଅନ୍ୟାନ୍ୟ ସହରମାନଙ୍କ ମଧ୍ୟରେ ଉତ୍ତର କ୍ୟାମ୍ପସ୍ ରେ 448 ପଏଣ୍ଟ ରହିଛି ।

କିପରି ଜାଣିବା ବାୟୁର ପ୍ରଦୂଷଣ ମାତ୍ରା-

  • ଯଦି ବାୟୁର ଗୁଣବତ୍ତା AQIରେ 0-50 ମଧ୍ୟରେ ଦର୍ଶାଇବ ତେବେ ବାୟୁ ପ୍ରଦୂଷଣର ହାର ବହୁତ କମ ବା ଏହା ଭଲ ସ୍ତର ବୋଲି ଜାଣିବ ।
  • 51-100 ପଏଣ୍ଟରେ ଥାଏ ତେବେ ଏହା ସନ୍ତୋଷଜନକ ।
  • ସେହିପରି 101- 200 ପଏଣ୍ଟରେ ଥାଏ ତେବେ ଏହା ମଧ୍ୟମ ।
  • 201 ରୁ 300 ପାରାମିଟିର ମଧ୍ୟରେ ଥାଏ ତେବେ ଏକ୍ୟୁଆଇ ହିସାବରେ ଖରାପ କହିବା ।
  • ଯଦି ବାୟୁର ଗୁଣବତ୍ତା 301 ରୁ 400 ମଧ୍ୟରେ ଥାଏ ତେବେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଖରାପ ବୋଲି କହି ପାରିବା ।
  • ଏୟାର କ୍ବାଲିଟି ଇଣ୍ଡେକ୍ସରେ 401ରୁ 500 ସ୍ତରକୁ ପହଞ୍ଚେ ତେବେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥରକୁ ପହଞ୍ଚିଛି ।

ଦିଲ୍ଲୀର ବହୁତ ଅଞ୍ଚଳରେ ବାୟୁର ଗୁଣବତ୍ତା ଗମ୍ଭୀର ଓ ମୁଖ୍ୟ ସ୍ଥାନରେ ବହୁତ ଖରାପ ଥିବା ଦର୍ଶାଯାଇଛି । ଏଠାରେ କୁହାଯାଇଛି ଯେ ପିଏମ 2.5 ସ୍ତର 257 ଏବଂ ପିଏମ 10 ସ୍ତର 445 ଦର୍ଶାଯାଇଛି । ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ବାୟୁର ଗୁଣବତ୍ତା ସାଙ୍ଗାତିକ ହେବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଶୀତ ଏବଂ ଘନ କୁହୁଡ଼ି ଉତ୍ତର-ଭାରତୀୟ ରାଜ୍ୟଗୁଡିକରେ ବିସ୍ତାର କରୁଛି ଏବଂ ଏଥିଯୋଗୁଁ ଅନେକ ସ୍ଥାନରେ ବହୁତ କମ୍ ଦୃଶ୍ୟମାନ ହେଉଛି । ଏହି କୁହୁଡ଼ିକୁ ଦୃଷ୍ଟିରେ ରଖି ଉତ୍ତର ରେଳ ଅଞ୍ଚଳରେ 14 ଟି ଟ୍ରେନ୍ ବିଳମ୍ବରେ ଚାଲୁଛି ବୋଲି ଭାରତୀୟ ରେଳବାଇ ସୂଚନା ଦେଇଛି ।

ଭାରତ ପାଣିପାଗ ବିଭାଗ (ଆଇଏମଡି) ସକାଳ 5:30 ରେ ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଉପ-ହିମାଳୟ ପଶ୍ଚିମବଙ୍ଗ, ଆସାମ ଏବଂ ତ୍ରିପୁରାରେ ଘନ କୁହୁଡି ଥିବା ରିପୋର୍ଟ ଆସିଛି । ସକାଳେ ଗଙ୍ଗାନଗର, ପଟିଆଲା, ଅମ୍ବାଲା, ବରେଲି, ବହରାଇଚ୍, ଲକ୍ଷ୍ନୌ, ଗୋରଖପୁର ଏବଂ ବାଗଡୋଗ୍ରାରେ କୁହୁଡି ଯୋଗୁଁ 25 ମିଟର ଦୂରତାରେ ମଧ୍ୟ କୌଣସି ବସ୍ତୁ ଦୃଶ୍ୟମାନ ହେଉନଥିଲା । ଅର୍ଥାତ ବାୟୁ ଅତ୍ୟନ୍ତ ଖରାପ ଥିଲା । ଅମୃତସର, ଚଣ୍ଡିଗଡ଼, ଆଗ୍ରା, ସୁଲତାନପୁର, ପ୍ରୟାଗରାଜ, ବାରାଣାସୀ, ପାଟନା, ଭାଗଲପୁର ଏବଂ ତେଜପୁର 50 ମିଟର ଯାଏଁ ଦୃଶ୍ୟମାନ ହେଉଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.