ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ କୋରୋନା ସଂକ୍ରମିତ କହି ବସରୁ ଠେଲିଦେବା ଘଟଣାରେ ଦିଲ୍ଲୀ ମହିଳା କମିଶନ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛି । ଦିଲ୍ଲୀର ମାଣ୍ଡବାଲିର ଜଣେ ଯୁବତୀ ଉତ୍ତରପ୍ରଦେଶର ମଥୁରା ଟୋଲ ପ୍ଲାଜା ନିକଟରେ ବସରେ ଯାତ୍ରା କରୁଥିଲେ । ଯୁବତୀ ଜଣକ ଅସୁସ୍ଥ ଥିବାରୁ କୋରୋନା ଆଶଙ୍କା କରି ବସ କଣ୍ଡକ୍ଟର ଓ ଡ୍ରାଇଭର ତାକୁ ବସରୁ ଫିଙ୍ଗି ଦେଇଥିଲେ । ଫଳରେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଏପରିକି ସେହି ସମୟରେ ବସରେ ଉପସ୍ଥିତ ଥିବା କୌଣସି ଲୋକ ତାଙ୍କୁ ସାହାଯ୍ୟ କରିନଥିଲେ । ସେଥିପାଇଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳା କମିଶନ ଏଫଆଇଆର କପିର ଏକ ନକଲ ମାଗିବା ସହ ଜୁଲାଇ 15 ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ