ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତର ଲହରୀ ଜାରି ରହିଛି । ଯାହାଫଳରେ ଦିଲ୍ଲୀର ଥଣ୍ଡା ଗତ ୨୨ ବର୍ଷର ରେକର୍ଡ ଅତିକ୍ରମ କରିଥିବାବେଳେ ୨୭ ବର୍ଷ ମଧ୍ୟରେ ଏହା ଦ୍ବିତୀୟ ସର୍ବନିମ୍ନ ତାପମାତ୍ରା ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ଅନେକ ଅଞ୍ଚଳରେ ସୂର୍ଯ୍ୟଙ୍କ କିରଣ ପଡ଼ିନାହିଁ । ତେବେ ବୁଧବାର ମଧ୍ୟ ପାଗ ପରିବର୍ତ୍ତନର କୌଣସି ଆଶଙ୍କା ନାହିଁ। ଗତ ମଙ୍ଗଳବାର ମଧ୍ୟ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ବହୁତ ଖରାପ ଥିଲା । ଦିନର ତାପମାତ୍ରା 12.2 ଡିଗ୍ରୀ ଥିଲା, ଯାହାକି ସାମାନ୍ୟ ଠାରୁ 10 ଡିଗ୍ରୀ କମ୍ । ନ୍ୟୁନତମ ତାପମାତ୍ରା ମଧ୍ୟ 10.4 ଡିଗ୍ରୀ ଥିଲା, ଯାହାକି ସାଧାରଣ ତାପମାତ୍ରା ଠାରୁ 2 ଡିଗ୍ରୀ ଅଧିକ ଅଟେ । ତେବେ ଥଣ୍ଡାର ପ୍ରକୋପ ଏତେମାତ୍ରାରେ ଥିଲା ଯେ ଲୋକ ଉଷୁମ କପଡା ପିନ୍ଧି ମଧ୍ୟ ଥଣ୍ଡା କମିନଥିଲା । ଏହା ମଧ୍ୟରେ ପାହାଡୀ ଅଞ୍ଚଳ ତାପମାତ୍ରା ଠାରୁ ଦିଲ୍ଲୀର ତାପମାତ୍ରା ବହୁତ କମ ଥିଲା ।
ଗତ ମଙ୍ଗଳବାର ଦିଲ୍ଲୀର ନଜଫଗଡ଼ରେ ଦିନ ସମୟରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା । ଏଠାରେ ତାପମାତ୍ରା 11.1ଡିଗ୍ରୀ ଥିଲା । ଏହାଛଡା ଜାଫରପୁର ଓ ମଙ୍ଗେଶପୁରରେ ତାପମାତ୍ରା 11.6 ଡିଗ୍ରୀ ଥିବାବେଳେ ପୁଷାରେ ତାପମାତ୍ରା ୧୧.୭ ଡିଗ୍ରୀ ରହିଥିଲା।
ତେବେ ପାଣିପାଗ ବିଭାଗ ଅନୁସାରେ ଏହା ପୂର୍ବରୁ 1997 ଡିସେମ୍ବର 28ରେ ରାଜଧାନୀର ତାପମାତ୍ରା 11.3 ଡିଗ୍ରୀ ଥିଲା, ଯାହା ସବୁଠାରୁ କମ୍ । ତେବେ ୧୯୯୨ରୁ ଏପର୍ଯ୍ୟନ୍ତ ଏହା ଦ୍ବିତୀୟ ଥର ପାଇଁ ଦେଖାଯାଇଛି, ଯେ ଡିସେମ୍ବରରେ ରାଜଧାନୀର ତାପମାତ୍ରା ଏତେ ତଳକୁ ଖସି ଯାଇଛି ।