ETV Bharat / bharat

ଆଜିବି ଦିଲ୍ଲୀରେ ବର୍ଷା

author img

By

Published : Jan 3, 2021, 2:28 PM IST

ଲଗାତାର ଦ୍ବିତୀୟ ଦିନ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଷା ଜାରି । ବର୍ଷା ଓ ଶୀତ ପ୍ରବାହରେ ଅସ୍ତବ୍ୟସ୍ତ ଦିିଲ୍ଲୀବାସୀ । ଅଧିକ ପଢନ୍ତୁ...

ଆଜିବି ଦିଲ୍ଲୀରେ ବର୍ଷା
ଆଜିବି ଦିଲ୍ଲୀରେ ବର୍ଷା

ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ଦିନ ଧରି ଏନସିଆର ଓ ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଷା ଜାରି ରହିଛି । ରବିବାର ସକାଳେ ସୁ୍ଦ୍ଧା 1 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତ 24 ଘଣ୍ଟା ଭିତରେ ଦିଲ୍ଲୀରେ ମୋଟ 2.4 ମିଲିମିଟର ବର୍ଷା ହୋଇଛି । ତେବେ ଆଗକୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘଡିଘଡି ସହିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ସହିତ ଶୀତର ପ୍ରବାହ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି ।

ଆଗାମୀ ଦୁଇରୁ ତିନିଦିନ ଭିତରେ ଦିଲ୍ଲୀ ଓ ଏହାର ପଡୋଶୀ ଅଞ୍ଚଳ, ଉତ୍ତର-ପୂର୍ବ ରାଜସ୍ଥାନ ଓ ଦକ୍ଷିଣ-ପୂର୍ବ ହରିଆଣାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଗୁରୁଗ୍ରାମ, ଫାରୁଖନଗର, କୋସଲି, ମନେସର, ସୋହନା, ଫରିଦାବାଦ, ଭିୱାଡି, ରେୱାଲ, ବାୱାଲ, ବଲାବଗଡ ସମେତ ଅଞ୍ଚଳରେ ବଜ୍ରପାତ ସହିତ ମଧ୍ୟମରୁ ତୀବ୍ର ବର୍ଷା ହେବାର ସମ୍ଭାବନା ରହିଛି ।

ଗତ 24ଘଣ୍ଟାରେ ଦିଲ୍ଲୀର ପାଲାମ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା 3.2 ଡିଗ୍ରୀ ସେଲସିୟସ ଥିବା ବେଳେ ସାଫଦାରଜଙ୍ଗରେ 2ଡିଗ୍ରୀ ସେଲସିୟସ ରହିଥିଲା । ଶନିବାର ଦିନ ମଧ୍ୟ ଦିଲ୍ଲୀର କେତେକ ଅଞ୍ଚଳରେ ବ୍ରଜପାତ ସହିତ ହାଲୁକା ବର୍ଷା ହୋଇଥିଲା । ସୋମବାରକୁ ବର୍ଷାର ମାତ୍ରା ବଢିବ ବୋଲି ଅନୁମାନ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.