ETV Bharat / bharat

ଦିଲ୍ଲୀ ହିଂସା, କପିଲ ମିଶ୍ରାଙ୍କ ଗିରଫ ଦାବି କଲା ଜାମିଆ କମିଟି - କପିଲ ମିଶ୍ରାଙ୍କ ଗିରଫ ଦାବି

ଦିଲ୍ଲୀରେ ଲାଗି ରହିଥିବା ହିଂସା ପାଇଁ ବିଜେପି ସଭାପତି କପିଲ ମିଶ୍ରାଙ୍କ ଗିରଫ ଦାବି କରିଛି ଜାମିଆ କୋଡିନେସନ କମିଟି । ଏନେଇ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Jamia committee demands BJP leader Kapil Mishra's immediate arrest
ଦିଲ୍ଲୀ ହିଂସା, କପିଲ ମିଶ୍ରାଙ୍କ ଗିରଫ ଦାବି କଲା ଜାମିଆ କମିଟି
author img

By

Published : Feb 25, 2020, 12:55 PM IST

ନୂଆଦିଲ୍ଲୀ: ସିଏଏ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗି ରହିଛି ହିଂସାକାଣ୍ଡ । ମୌଜାଫରରେ ହିଂସା ଘଟି 7ଜଣଙ୍କ ପ୍ରାଣ ଯାଇଛି । ସେପଟେ ହିଂସାକାଣ୍ଡ ପାଇଁ ବିଜେପି ସଭାପତି କପିଲ ମିଶ୍ରାଙ୍କୁ ଦାୟୀ କରି ତୁରନ୍ତ ଗିରଫ ପାଇଁ ଦାବି କରିଛି ଜାମିଆ କୋଡିନେସନ କମିଟି ।

ଏନେଇ କମିଟି ପୋଲିସକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । କପିଲ ମିଶ୍ରାଙ୍କ ଟ୍ବିଟ୍ ଯୋଗୁଁ ପୂର୍ବରୁ ହିଂସାତ୍ମକ ଆନ୍ଦୋଳନ ଘଟୁଛି । ତେଣୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ପାଇଁ କମିଟି ଅପିଲ୍ କରିଛି । ଏହାସହ 20ଟି ସ୍ଥାନରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ପୋଲିସ ସୁରକ୍ଷା ମଧ୍ୟ ଦାବି କରିଛି କମିଟି । ଏହି ଆନ୍ଦୋଳନ ସ୍ଥଳ ଗୁଡିକ ମଧ୍ୟରେ ରହିଛି, ଜାମିଆମିଲିଆ ଇସଲାମିଆ, ମୁସ୍ତାଫାଦ୍, ତୁର୍କମାନ ଗେଟ୍, ଖୁରଜି, ଜାମା ମସଜିଦ ଓ ଜାଫରାବାଦ ମେଟ୍ରୋ ଷ୍ଟେସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.