ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦ ଓ ଆଗ୍ରା ବୁଲିବା ପରେ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ସମୟରେ ତାଙ୍କୁ ରାତ୍ରୀଭୋଜନ ପରେ ଏକ ସ୍ବତନ୍ତ୍ର ପ୍ରକାର ପାନ ପରଷା ଯିବ । ପାନ ଭାରତୀୟ ଆତିଥ୍ୟ ଚର୍ଚ୍ଚାର ଏକ ମହତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ, ଏହି ପାନକୁ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଅର୍ଡର ଦିଆଯାଇଛି ।

ଦକ୍ଷିଣ ଆଭେନ୍ୟୁ ଅଞ୍ଚଳରେ ଥିବା ପାଣ୍ଡେଜୀଙ୍କ ଦୋକାନରୁ ଏହି ସ୍ବତନ୍ତ୍ର ପ୍ରକାର ପାନ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ବଡବଡ ହସ୍ତୀ ମହାରଥୀଙ୍କ ସହ ଦେଶବିଦେଶରୁ ଆସୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଷେଶଙ୍କ ସହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ମଧ୍ୟ ପାଣ୍ଡେଜୀଙ୍କ ପାନର ଚାହିଦା ରହଛି ।

ବିଗତ ଦିନର ବଲିଉଡ ଅଭିନେତ୍ରୀ ବୈଜନ୍ତିମାଲା, ଧକ ଧକ ଗାର୍ଲ ମାଧୁରି ଦୀକ୍ଷିତ ଭଳି ଅନେକଙ୍କୁ ପାନ ଖୁଆଇ ଚର୍ଚ୍ଚାର ପରିଧିକୁ ଆସିଛି ଏହି ପାଣ୍ଡେଜୀଙ୍କ ଦୋକାନ। ଯାହାକୁ ନେଇ ଇଟିଭି ଭାରତ ପ୍ରତିନିଧି ଦୋକାନର ମାଲିକ ଦେବୀ ପ୍ରସାଦ ପାଣ୍ଡେଙ୍କ ପାଖେ ପହଞ୍ଚି ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ