ETV Bharat / bharat

ଦିଲ୍ଲୀ ହିଂସା: 17000 ପୃଷ୍ଠାର ଚାର୍ଜସିଟ ଦାଖଲ, 15 ଅଭିଯୁକ୍ତଙ୍କ ନାଁ ସାମିଲ

author img

By

Published : Sep 16, 2020, 7:38 PM IST

ଦିଲ୍ଲୀ ହିଂସାକୁ ନେଇ ବୁଧବାର କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । 20 ଅଭିଯୁକ୍ତଙ୍କ ମଧ୍ୟରୁ 15 ଜଣଙ୍କ ନାଁ ସାମିଲ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: 17000 ପୃଷ୍ଠାର ଚାର୍ଜସିଟ ଦାଖଲ, 15 ଅଭିଯୁକ୍ତଙ୍କ ନାଁ ସାମିଲ
ଦିଲ୍ଲୀ ହିଂସା: 17000 ପୃଷ୍ଠାର ଚାର୍ଜସିଟ ଦାଖଲ, 15 ଅଭିଯୁକ୍ତଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ବୁଧବାର କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ବୁଧବାର ଅପରାହ୍ନ 4ଟାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଡିସିପି ପ୍ରମୋଦ କୁସୱାହ 17 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛନ୍ତି । ଏହି ଚାର୍ଜସିଟରେ ପୋଲିସ ଗିରଫ କରିଥିବା 20 ଅଭିଯୁକ୍ତଙ୍କ ମଧ୍ୟରୁ 15 ଜଣଙ୍କ ନାଁ ସାମିଲ ରହିଛି ।

ଦିଲ୍ଲୀ ହିଂସାରେ ଦାଖଲ ଚାର୍ଜସିଟରେ ତାହିର ହୁସେନ ଓ ଖାଲିଦ ସୈଫିର ନାଁ ମଧ୍ୟ ସାମିଲ ରହିଛି । ସ୍ପେଶାଲ ସେଲ ଗିରଫ ବାକି ଅଭିଯୁକ୍ତଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ କରିବ । ତେବେ ନିକଟରେ ଗିରଫ ହୋଇଥିବା ମୁଖ୍ୟ ଷଡଯନ୍ତ୍ରକାରୀ ଉମର ଖାଲିଦ ଏବଂ ଶର୍ଜିଲ ଇମାମର ନାଁ ଏହି ଚାର୍ଜସିଟରେ ନାହିଁ। ସେମାନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯିବ। ପ୍ରାୟ 17,500 ପୃଷ୍ଠାର ଏହି ଚାର୍ଜସିଟରେ ସ୍ପେଶାଲ ସେଲ 747 ସାକ୍ଷୀଙ୍କ ନାଁ ଅନ୍ତର୍ଭୁକ୍ତ ରହିଛି | ଚାର୍ଜସିଟରେ ବୈଷୟିକ ପ୍ରମାଣ, ହ୍ବାଟ୍ସଆପ ଚାଟ ଏବଂ କଲର ସବିଶେଷ ରେକର୍ଡ ମଧ୍ୟ ପୋଲିସ ଅନ୍ତର୍ଭୁକ୍ତ କରିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କୁ ୟୁଏପିଏପିଏରେ ବୁକ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପକ୍ଷରୁ ଏକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚାର୍ଜସିଟରେ ପୋଲିସ ହିଂସାରେ କିପରି ଷଡଯନ୍ତ୍ର ରଚାଯାଇଥିଲା ତାହାର ସମ୍ପୂର୍ଣ୍ଣ ଚିଠା ଖୋଲିଛି। ଚାର୍ଜସିଟ ଅନୁଯାୟୀ, 24 ଫେବୃଆରୀରେ ଅନେକ ହ୍ବାଟ୍ସଆପ ଗ୍ରୁପ୍ ଚାଟ୍ ଦର୍ଶାଇଥିଲା ଯେ ଷଡଯନ୍ତ୍ରକାରୀମାନେ ହିଂସାକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ପୋଲିସର ସୂଚନାନୁସାରେ, ପ୍ରାୟ 25ଟି ହ୍ବାଟ୍ସଆପ ଗ୍ରୁପ ତିଆରି କରାଯାଇଥିଲା। ଏହାଦ୍ବାରା ସିଏଏ ବିରୋଧରେ ହିଂସାକୁ ଉସକାଉଥିଲେ ଷଡଯନ୍ତ୍ରକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.