ETV Bharat / bharat

ଦିଲ୍ଲୀ ହିଂସା ଘଟଣାରେ ନିଜ ଭୂମିକା ସ୍ବୀକାର କଲା ତାହିର ହୁସେନ

author img

By

Published : Aug 3, 2020, 11:18 AM IST

ନିଲମ୍ବିତ ଆମ ଆଦମୀ ପାର୍ଟି କାଉନସିଲର ତାହିର ହୁସେନ ସିଏଏ ବିରୋଧ ଉତ୍ତର-ଦିଲ୍ଲୀ ହିଂସା ଘଟଣାରେ ତାଙ୍କ ଭୂମିକାକୁ ସ୍ୱୀକାର କରିଥିବା ଦିଲ୍ଲୀ ଏସଆଇଟି ଟିମ୍ ରବିବାର କହିଛନ୍ତି।

delhi violence
ଦିଲ୍ଲୀ ହିଂସା ଘଟଣାରେ ନିଜ ଭୂମିକା ସ୍ବିକାର କଲା ତାହିର ହ୍ୟୁସେନ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ନିଜ ଭୂମିକାକୁ ସ୍ବୀକାର କଲା ତାହିର ହୁସେନ । ନିଲମ୍ବିତ ଆମ ଆଦମୀ ପାର୍ଟି କାଉନସିଲର ତାହିର ହୁସେନ ସିଏଏ ବିରୋଧ ଉତ୍ତର-ଦିଲ୍ଲୀ ହିଂସା ଘଟଣାରେ ତାଙ୍କ ଭୂମିକାକୁ ସ୍ୱୀକାର କରିଥିବା ଦିଲ୍ଲୀ ଏସଆଇଟି ଟିମ୍ ରବିବାର କହିଛନ୍ତି।

ଦିଲ୍ଲୀ ପୋଲିସର ଏକ ରିପୋର୍ଟ(ଆଇଆର) ଅନୁଯାୟୀ, ତାହିର ହୁସେନ ସ୍ୱୀକାର କରିଛନ୍ତି ଯେ, ସେ ଲୋକଙ୍କୁ ହିଂସା ସୃଷ୍ଟି କରିବାକୁ ଭଡକାଉଥିଲେ । ଗତ ଜାନୁୟାରୀ 8ରେ ସେ ଶାହିନବାଗରେ ଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କାର୍ଯ୍ୟାଳୟରେ ଜେଏନୟୁର ପୂର୍ବ ଛାତ୍ର ଉମର ଖାଲିଦଙ୍କୁ ଭେଟିଥିଲେ।

ତାହିର କଥିତ ରୂପେ ପୋଲିସକୁ କହିଛନ୍ତି ଯେ ସେ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ବିବ୍ରତ ଥିଲେ । ଏଥିସହ ସୁପ୍ରିମକୋର୍ଟ ଅଯୋଧ୍ୟା ରାମ ମନ୍ଦିର ସପକ୍ଷରେ ନିଷ୍ପତ୍ତି ଶୁଣାଇବା ଏବଂ ନାଗରିକତ୍ୱ ସଂଶୋଧନ ଆଇନ ପାସ କରୁଥିଲେ । ଯାହାକୁ ନେଇ ସେ ଏକ ଚରମ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ତାହିର ହ୍ୟୁସେନଙ୍କ କାମ ଥିଲା ଯଥାସମ୍ଭବ ଗ୍ଲାସ, ବୋତଲ, ପେଟ୍ରୋଲ, ଏସିଡ୍, ପଥର ସଂଗ୍ରହ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.