ETV Bharat / bharat

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ମାମଲା, ପୋଲିସକୁ ହାଇକୋର୍ଟଙ୍କ ରିପୋର୍ଟ ତଲବ - Delhi HC seeks police reply

ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ସାମ୍ପ୍ରଦାୟିକ ହିଂସାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ପିଞ୍ଜରା ତୋଡର ସଦସ୍ୟ ନତାଶା ନରୱାଲଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ମାମଲା, ପୋଲିସକୁ ନୋଟିସ ଜାରିକଲେ ଦିଲ୍ଲୀ ହାଇକୋର୍ଟ

author img

By

Published : Aug 12, 2020, 4:25 PM IST

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ସାମ୍ପ୍ରଦାୟିକ ହିଂସାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ପିଞ୍ଜରା ତୋଡର ସଦସ୍ୟ ନତାଶା ନରୱାଲଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଏଥିରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକତା ସଂଶୋଧନ ଅଧିନିୟମ ବିରୋଧୀ ଶୋଭାଯାତ୍ରାରେ ଏହି ହିଂସାକାଣ୍ଡ ହୋଇଥିଲା ।

ଜେଏନୟୁ ଛାତ୍ରୀ ନତାଶା ନରୱାଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଏକ ଟ୍ରାଏଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ ବିଭୂ ବଖରୁଙ୍କ ଖଣ୍ଡପୀଠ ଦିଲ୍ଲୀ ପୋଲିସକୁ 10 ଦିନ ମଧ୍ୟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଉକ୍ତ ଅବଧି ମଧ୍ୟରେ ଆବେଦନକାରୀଙ୍କ (ନରୱାଲ)ଙ୍କ ଓକିଲଙ୍କୁ ଏକ କପି ଦେବାକୁ କୋର୍ଟ କହିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ 26 ରେ କରିବାକୁ ଖଣ୍ଡପୀଠ ସୂଚନା ଦେଇଛନ୍ତି ।

ଫେବୃଆରୀ 24ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଘଟଣାରେ ନରୱାଲ ଏବଂ ତାଙ୍କ ଦଳର ଅନ୍ୟ ଜଣେ ସଦସ୍ୟଙ୍କୁ ଗତ ମାର୍ଚ୍ଚ 23 ତାରିଖରେ ପୋଲିସ ଗିରଫ କରିଥିଲା । ଏହାପରେ ଜାମିନରେ ଆସିଥିଲେ ମଧ୍ୟ ପୁଣି ମାର୍ଚ୍ଚ 24ରେ ତାଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଦଙ୍ଗା, ବେଆଇନ ସଭା ତଥା ହତ୍ୟା ଉଦ୍ୟମ ଭଳି ଦଫା ଲଗାଇଥିଲା ।

ଚଳିତ ବର୍ଷ ଆରମ୍ଭରେ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ଏବଂ ଗତ ବର୍ଷ ଡିସେମ୍ବରରେ ସିଏଏ ବିରୋଧୀ ଶୋଭାଯାତ୍ରାରେ ପୁରୁଣା ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସଂଘଟିତ ହିଂସାରେ ଚାରିଟି ମାମଲା ରୁଜୁ ହୋଇଛି। ଏହା ମଧ୍ୟରୁ ତିନୋଟି ମାମଲାରେ ନତାଶାଙ୍କୁ ଅଭିଯୁକ୍ତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.