ETV Bharat / bharat

ଉମର ଖାଲିଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

author img

By

Published : Oct 1, 2020, 6:15 PM IST

ଦିଲ୍ଲୀ ହିଂସା ମାମଲାରେ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଉମର ଖାଲିଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଉମର ଖାଲିଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦିଲ୍ଲୀ ହିଂସା ମାମଲାରେ ଉମରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ 3 ଦିନିଆ ରିମାଣ୍ଡରେ ନିଆଯାଇଛି ।

ପୂର୍ବରୁ ଖାଲିଦଙ୍କୁ ସେପ୍ଟେମ୍ବର 14ରେ ମଧ୍ୟ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦକୁ ୟୁପିଏ ଆକ୍ଟ ଅଧିନରେ ଗିରଫ କରିଥିଲା ।

ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ଖାଲିଦକୁ ଗିରଫ କରାଯାଇ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ ଜଜ ଅମିତାଭ ରାୱତ ଉମର ଖାଲିଦକୁ 10 ଦିନିଆ ରିମାଣ୍ଡରେ ପଠାଇଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.