ETV Bharat / bharat

40 ହଜାର ଅଭିମୁଖେ ଦିଲ୍ଲୀ ଓ ତାମିଲନାଡୁ କୋରୋନା ଆକ୍ରାନ୍ତ

ଦିଲ୍ଲୀରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ ବାହାରିଛି । ଖବର ଅନୁସାରେ ଏଠାରେ ଗତ 24 ଘଣ୍ଟାରେ 1877 ନୂଆ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 11, 2020, 11:49 PM IST

40 ହଜାର ଅଭିମୁଖେ ଦିଲ୍ଲୀ ଓ ତାମିଲନାଡୁ କୋରୋନା ଆକ୍ରାନ୍ତ
40 ହଜାର ଅଭିମୁଖେ ଦିଲ୍ଲୀ ଓ ତାମିଲନାଡୁ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଭୟଙ୍କର ପାଲଟିଥିବାବେଳେ ଦିଲ୍ଲୀ ଓ ତାମିଲନାଡୁରେ ଅବସ୍ଥା ସଙ୍ଗୀନ ରହିଛି । ଉଭୟ ଜାଗାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଲଗାତାର 1500 ଉପରେ ବାହାରୁଛି । ଉଭୟ ଜାଗାରେ ମୋଟ୍ ଆକ୍ରାନ୍ତ 40 ହଜାର ଅଭିମୁଖେ ଆଗେଇଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଦିଲ୍ଲୀରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ କୋରୋନା ଆକ୍ରାନ୍ତ ବାହାରିଛି । ଖବର ଅନୁସାରେ ଏଠାରେ ଗତ 24 ଘଣ୍ଟାରେ 1877 ନୂଆ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଆଗରୁ ବାହାରିନଥିଲେ । ଏହାସହ 65 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜଧାନୀରେ ଏବେ ସୁଦ୍ଧା ମୋଟ୍ 34 ହଜାର 687 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 1085 ଲୋକଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ଏବେ ଯାଏଁ ଦିଲ୍ଲୀରେ 20 ହଜାର 871 ସକ୍ରିୟ ମାମଲା ରହିଥିବା ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି । ସେହିପରି 12 ହଜାର 731 ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଲେଣି । ସେପଟେ ତାମିଲନାଡୁରେ ଗୁରୁବାର 1875 ପଜିଟିଭ ସ୍ପଷ୍ଟ ହୋଇଛି । ଏହାସହ 23ଟି ମୃତ୍ୟୁ ରେକର୍ଡ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ 38 ହଜାର 716 କୋରୋନା ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ମଧ୍ୟରେ 12 ହଜାର 659ଟି ଆକ୍ଟିଭ କେସ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 349 ରହିବା ସହ 20 ହଜାର 705 ଜଣ ସୁସ୍ଥ ହୋଇସାରିଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.