ETV Bharat / bharat

୫୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ, ଅକ୍ଟୋବରରେ ସବୁଠୁ ଅଧିକ ଥଣ୍ଡା

author img

By

Published : Nov 1, 2020, 8:31 AM IST

୫୮ ବର୍ଷର ରେକର୍ଡ ଭାଙ୍ଗିଲା ଜାତୀୟ ରାଜଧାନୀ ଦିଲ୍ଲୀ । ପାଣିପାଗ ବିଭାଗ (ଆଇଏମଡି) ତଥ୍ୟ ଅନୁଯାୟୀ, ଚଳିତବର୍ଷ ଦିଲ୍ଲୀର ଅକ୍ଟୋବର ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି, ଯାହା ୧୯୬୨ ପରେ ପ୍ରଥମ । ଅଧିକ ପଢନ୍ତୁ...

Delhi Records Coldest October In 58 Years
୫୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ, ଅକ୍ଟୋବରରେ ସବୁଠୁ ଅଧିକ ଥଣ୍ଡା

ନୂଆଦିଲ୍ଲୀ: ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଜାତୀୟ ରାଜଧାନୀ ଦିଲ୍ଲୀ । ଆଇଏମଡି ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଦିଲ୍ଲୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଚଳିତବର୍ଷ ଦିଲ୍ଲୀର ଅକ୍ଟୋବର ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ୧୯୬୨ ମସିହାରେ ଦିଲ୍ଲୀରେ ଅକ୍ଟୋବର ମାସରେ ହାରାହାରି ସର୍ବନିମ୍ନ ୧୬.୯ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ପରଠୁ ଦିଲ୍ଲୀରେ କେବେ ବି ହାରାହାରି ସର୍ବନିମ୍ନ ତାପମାତ୍ରା ଏତେ କମ ହୋଇ ନଥିଲା।

ଗୁରୁବାର ଦିନ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା 26 ବର୍ଷ ମଧ୍ୟରେ ଅକ୍ଟୋବର ମାସରେ ସର୍ବନିମ୍ନ ତାପମାତ୍ରା ଅଟେ । ଶେଷ ଥର ପାଇଁ 1994 ରେ ଦିଲ୍ଲୀରେ ଏପରି ନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା । IMD ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀ ଅକ୍ଟୋବର 31, 1994 ରେ 12.3 ଡିଗ୍ରୀ ସେଲସିୟସ ରେକର୍ଡ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.