ETV Bharat / bharat

ଭବ୍ୟ ବିବାହରେ ଲାଗିବ ରୋକ, ନଷ୍ଟ ହେବେନି ଖାଦ୍ୟ

author img

By

Published : Jul 14, 2019, 6:32 PM IST

ରାଜଧାନୀରେ ହେଉଥିବା ଭବ୍ୟ ବିବାହ କାରଣରୁ ବହୁ ପରିମାଣର ଖାଦ୍ୟ ଓ ପାନୀୟ ଜଳ ନଷ୍ଟକୁ ନେଇ ସୁପ୍ରିମକୋର୍ଟ ଆପତ୍ତି ଉଠାଇବାରୁ ଦିଲ୍ଲୀ ସରକାର ନୂଆ ପଲିସି ଆଣିବାକୁ ସ୍ଥିର କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ବହୁ ଜାକଜମକରେ ହେଉଥିବା ବିବାହ ଉପରେ ଲାଗିବ ରୋକ । ଏନେଇ ନିୟମ ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ରାଜଧାନୀରେ ହେଉଥିବା ଭବ୍ୟ ବିବାହ କାରଣରୁ ବହୁ ପରିମାଣର ଖାଦ୍ୟ ଓ ପାନୀୟ ଜଳ ନଷ୍ଟ ହେଉଛି । ଏହାକୁ ନେଇ ସୁପ୍ରିମକୋର୍ଟ ଆପତ୍ତି ଉଠାଇବାରୁ ଦିଲ୍ଲୀ ସରକାର ନୂଆ ପଲିସି ଆଣିବାକୁ ସ୍ଥିର କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଠାଯାଇଥିବା ନିର୍ଦ୍ଦେଶାବଳୀ ଉପରେ ସମାଧାନ କରିବାକୁ ଯାଇ ଦିଲ୍ଲୀ ସରକାର ବିଚାର ବିମର୍ଶ କରିବା ପରେ ନୂଆ ପଲିସି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି କରିଛନ୍ତି । ଯେଉଁଥିରେ ବିବାହ କାର୍ଯ୍ୟକ୍ରମରେ ଆସୁଥିବା ଅତିଥିଙ୍କ ସଂଖ୍ୟାକୁ ସୀମିତ କରିବାକୁ ନିୟମ ତିଆରି ହେବ । ଏହାସହ ବଳୁଥିବା ଖାଦ୍ୟକୁ ନଷ୍ଟ ନକରି ଗରିବଙ୍କ ମଧ୍ୟରେ ବାଣ୍ଟିବାକୁ ବ୍ୟବସ୍ଥା କରାଯିବ ।

ଏହାସହ ଆହୁରି ମଧ୍ୟ କୁହାଯାଇଛି ଯେ ବିବାହ କାର୍ଯ୍ୟକ୍ରମ ପାଇଁ ଯେପରି ଟ୍ରାଫିକ ଜାମ ନହେବ, ସେନେଇ ମଧ୍ୟ ଦୃଷ୍ଟି ଦେବାକୁ ଦିଲ୍ଲୀ ସରକାର ନୂଆ ନିୟମ ଆଣିବେ । ତେବେ କୁହାଯାଉଛି କି, ଏହି ପଲିସିକୁ ନେଇ ଚଳିତମାସ ବିଜ୍ଞପ୍ତି ଜାରି କରାଯାଇପାରେ । ଏନେଇ ଦିଲ୍ଲୀ ସରକାର ବିଚାର ବିମର୍ଶ କରିବା ପରେ ନୂଆ ପଲିସି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି କରିଛନ୍ତି । ଏହାସହ ସୁପ୍ରିମକୋର୍ଟ ଦ୍ବାରା ନିର୍ଣ୍ଣୟ କରାଯାଇଥିବା ମନିଟରିଙ୍ଗ କମିଟି ମଧ୍ୟ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.