ETV Bharat / bharat

ଜନତା କର୍ଫ୍ୟୁ: ଫୁଲ ଦେଇ ଘରେ ରହିବାକୁ ଗୁହାରୀ

ଦିଲ୍ଲୀରେ ବାହାରକୁ ବାହାରିଥିବା ଲୋକଙ୍କୁ ଫୁଲ ଦେଇ ଘରେ ରହିବାକୁ ଅପିଲ୍‌ କରିଛନ୍ତି ଦିଲ୍ଲୀ ପୋଲିସ । ଜନତା କର୍ଫ୍ୟୁକୁ ପାଳନ କରନ୍ତୁ । ଭାଇରସ ଠାରୁ ସତର୍କ ଓ ସଜାଗ ରୁହନ୍ତୁ। ଅଧିକ ଖବର ପଢନ୍ତୁ...

delhi-police
ଜନତା କର୍ଫ୍ୟୁ: ରାସ୍ତାକୁ ବାହାରିଲେ ଦିଲ୍ଲୀ ପୋଲିସର ଫୁଲରେ ଗୁହାରୀ
author img

By

Published : Mar 22, 2020, 7:52 PM IST

ନୂଆଦିଲ୍ଲୀ: ଜନତା କର୍ଫ୍ୟୁରେ ରାଜଧାନୀର ରାଜପଥରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ପୋଲିସ କର୍ମୀ ବାହାରକୁ ବାହାରିଥିବା ଲୋକଙ୍କୁ ଫୁଲ ଦେଇ ଘରେ ରହିବାକୁ ଅନୁରୋଧ କରି ଜନତା କର୍ଫ୍ୟୁକୁ ସମ୍ମାନ ଦେବାକୁ କହିଥିଲେ ।

ତେବେ ଦିନକ ପାଇଁ ଦେଶରେ ଲାଗୁ ହୋଇଛି ଜନତା କର୍ଫ୍ୟୁ । ଏହି କର୍ଫ୍ୟୁ ସାଧାରଣତଃ ଜନତାଙ୍କ ଉପରେ ଓ ଜନତାଙ୍କ ଦ୍ବାରା ଲାଗୁ କରାଯାଇଛି । ହେଲେ ଏହାକୁ ପାଳନ କରିବାକୁ ଲୋକଙ୍କୁ ବିନମ୍ର ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୋରୋନାର ଭୟାବହ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଏହା ଜରୁରୀ । ତେବେ ସମସ୍ତେ ସତର୍କ ଓ ସଜାଗ ରହିଲେ କୋରୋନା ଭାଇରସ ହାରିବ ଓ ମଣିଷ ସମାଜର ଜିତ୍ ହେବ ବୋଲି ମୋଦି କହିଛନ୍ତି ।

ଏବେ ସୁଦ୍ଧା ଦେଶରେ 349 ଜଣ ଆକ୍ରାନ୍ତ ହୋଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରୋଗର ଭାଉକୁ କମାଇବାକୁ ଲୋକଙ୍କୁ ଅତିକମରେ 12 ଘଣ୍ଟା ପରସ୍ପରଠାରୁ ଦୂରତ୍ବ ରକ୍ଷା କରିବାକୁ ହେବ ।

ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଦିଲ୍ଲୀ ପୋଲିସ ହରଦୀପ୍ ସିଂ କହିଛନ୍ତି । କାରଣ ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କ ଭଲ ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ଆମେ ସମସ୍ତେ ଏହାକୁ ପାଳନ କରିବା ଜରୁରୀ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ପହଞ୍ଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

କେବେଳ ପୋଲିସ କର୍ମୀ ଓ ଗଣମାଧ୍ୟମ କର୍ମୀ,ଡାକ୍ତର ନିଜର ଦାୟିତ୍ବ ପୂରଣ ପାଇଁ ବାହାରକୁ ଆସିପାରିବେ । ଏହି ସମୟରେ ଜଣେ ଡାକ୍ତର ମେଡିକାଲ ଯିବା ସହ ସମସ୍ତ ଜନତାଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.