ETV Bharat / bharat

ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲା: ଅନୁରାଗ ଓ ପରବେଶଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍ - clean chit to Anurag Thakur

ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ବିଜେପି ନେତା ଅନୁରାଗ ଠାକୁର ଓ ପରେବେଶ ବର୍ମାଙ୍କୁ କ୍ଲିନଚିଟ୍‌ ଦେଲା ଦିଲ୍ଲୀ ପୋଲିସର କ୍ରାଇମବାଞ୍ଚ । ଦିଲ୍ଲୀ ହିଂସାରେ ଏମାନଙ୍କର ହାତ ନଥିବା କୋର୍ଟରେ କହିଛି ପୋଲିସ । ଅଧିକ ପଢନ୍ତୁ..

ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ବିଜେପି ନେତାଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ

author img

By

Published : Feb 26, 2020, 10:35 PM IST

ନୂଆଦିଲ୍ଲୀ: ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ବିଜେପି ନେତାଙ୍କୁ କ୍ଲିନଚିଟ୍‌ ମିଳିଯାଇଛି । ବିଜେପି ନେତା ତଥା କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଓ ପରବେଶ ବର୍ମାଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛି ଦିଲ୍ଲୀ ପୋଲିସର କ୍ରାଇମବାଞ୍ଚ । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରି ଦିଲ୍ଲୀ ପୋଲିସ କହିଛି ଯେ FIR ଦାଖଲ କରିବା ଭଳି ଅନୁରାଗ ଠାକୁର ଓ ପରବେଶ ବର୍ମାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ । ଏହି ମାମଲାରେ କୋର୍ଟ 2 ମାର୍ଚ୍ଚରେ ଶୁଣାଣି କରିବେ ।

ବିଜେପି ନେତାଙ୍କ ବୟାନ ସହ ହିଂସାର କୌଣସି ସମ୍ପର୍କ ନଥିବା ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଏସଆଇ ଧୀରଜ କୋର୍ଟରେ କହିଛନ୍ତି । ଏହି ଘଟଣାରେ ନ୍ୟାୟିକ ପରାମର୍ଶ ନିଆଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ଘଟଣାରେ ଯାଞ୍ଚ ପାଇଁ ଅଧିକ ସମୟ ଦେବାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.