ETV Bharat / bharat

ଦିଲ୍ଲୀରେ ପୋଲିସ କନଷ୍ଟେବଳଙ୍କୁ ଗୁଳି ମାଡ଼ - constable shot at in Dwarka

ଦିଲ୍ଲୀ ଦ୍ବାରକାରେ ଅଘଟଣ । ପୋଲିସ୍ କନଷ୍ଟେବଳଙ୍କୁ ଗୁଳି ମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ...

_Delhi Police constable shot at in Dwarka
ପୋଲିସ୍ କନଷ୍ଟେବଳଙ୍କ ଉପରକୁ ଗୁଳି ମାଡ଼
author img

By

Published : Mar 16, 2020, 9:43 PM IST

ନୂଆଦିଲ୍ଲୀ: ପାଟ୍ରୋଲିଂ ସମୟରେ ପୋଲିସ ଉପରକୁ ଅଜ୍ଞାତ ଆତତାୟୀଙ୍କ ଗୁଳି ମାଡ । ସୋମବାର ଦିଲ୍ଲୀ ସେକ୍ଟର-୨ ଦ୍ବାରକା ନିକଟରେ ପାଟ୍ରୋଲିଂ ସମୟରେ ଏହି ଗୁଳି ମାଡ ହୋଇଥିଲା । ଏଥିରେ ପାଟ୍ରୋଲିଂ କରୁଥିବା ହୋମଗାର୍ଡ ସାମାନ୍ୟ ଆହତ ହୋଇଥିବା ବେଳେ କନେଷ୍ଟବଳ ଦୁର୍ବୃତ୍ତଙ୍କ ଗୁଳିରୁ ଅଳ୍ପକେ ରକ୍ଷା ପାଇଛନ୍ତି ।

ସୂଚନା ଅନୁସାରେ ପୋଲିସ କନଷ୍ଟେବଳ ରାଜୀବ ଏବଂ ହୋମଗାର୍ଡ ଅଜୟ କୁମାର ସୋମବାର ସକାଳ ପ୍ରାୟ 4 ଟା ସମୟରେ ସେକ୍ଟର-2 ଇଲାକାରେ ପାଟ୍ରୋଲିଂ କରୁଥିଲେ । ଏହିସମୟରେ ଭରର୍ଥାଲ ଗ୍ରାମ ନିକଟରେ ଏକ ସ୍କ୍ରାପ୍ ଦୋକାନ ଭିତରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସେମାନଙ୍କ ନଜରକୁ ଆସିଥିଲା । ପରେ ଦୁଇ ପୋଲିସ କର୍ମୀ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସକୁ ଦେଖି ଦୁର୍ବୃତ୍ତ ମାନେ କନଷ୍ଟେବଳ ରାଜୀବଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ତାଙ୍କ ମୁଣ୍ଡକୁ କୌଣସି ବସ୍ତୁରେ ଆଘାତ କରିଥିଲେ ।

ଲହୁଲୁହାଣ ହୋଇ ତଳେ ପଡିଥିଲେ ମଧ୍ୟ କନେଷ୍ଟବଳ ରାଜୀବ ଆକ୍ରମଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ମାତ୍ର ଆକ୍ରମଣକାରୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଉଭୟ ଆହତ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ତୁରନ୍ତ ନିକଟସ୍ଥ ଭେଙ୍କଟେଶ୍ବର ଡାକ୍ତରଖାନାକୁ ପଠାଯାଇଥିଲା । ପୋଲିସ ଘଟଣାସ୍ଥଳକୁ ଛାନଭିନ କରିବା ସହ ପ୍ରାଥମିତ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.