ETV Bharat / bharat

କୋରୋନା ମୁକାବିଲା ପାଇଁ ଦିଲ୍ଲୀ ପୋଲିସ କରୁଛି ଭିଡିଓ କନଫରେନ୍ସିଂ - କୋରୋନା ମୁକାବିଲା ପାଇଁ ଭିଡିଓ କନଫରେନ୍ସ

କୋରୋନା ଯୋଗୁଁ ଦିଲ୍ଲୀ ପୋଲିସ କମିଶନର ବର୍ତ୍ତମାନ ବିଭାଗର 50 ରୁ ଅଧିକ ଆଇପିଏସ୍ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି । ଏପରି କୋରୋନା ମୁକାବିଲା ପାଇଁ ଆଗକୁ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ନିର୍ଦ୍ଦେଶ ଦେବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Delhi Police Commissioner
ଦିଲ୍ଲୀ ପୋଲିସ କମିଶନରଙ୍କ ଭିଡିଓ କନଫରେନ୍ସ
author img

By

Published : Apr 9, 2020, 8:13 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଦିଲ୍ଲୀ ପୋଲିସ କମିଶନର ବର୍ତ୍ତମାନ ବିଭାଗର 50 ରୁ ଅଧିକ ଆଇପିଏସ୍ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି । ଏହି ଭିଡିଓ କନଫରେନ୍ସରେ ସମସ୍ତ ଅଧିକାରୀଙ୍କୁ 10ରୁ 15 ମିନିଟର ବିରତି ମଧ୍ୟ ଦିଆଯାଇଥିଲା । ଏହି ଭିଡିଓ କନଫରେନ୍ସିଂଟି ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ।

ଭିଡିଓ କନଫରେନ୍ସିଂ ପାଇଁ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ ଜୟସିଂହ ରୋଡସ୍ଥିତ ନୂତନ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ତାଙ୍କ ସହିତ ଭିଡିଓ କନଫରେନ୍ସିଂରେ ସମସ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ସେମାନଙ୍କ କାର୍ଯ୍ୟାଳୟରେ ଥାଇ ଏହି ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ।

କୋରୋନା ସହ ମୁକାବିଲା କରିବା ପାଇଁ ଦିଲ୍ଲୀ ପୋଲିସ ପରବର୍ତ୍ତୀ ରଣନୀତି ଉପରେ କିଛି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଭିଡିଓ କନଫରେନ୍ସିଂ ଆବଶ୍ୟକ । ସୂଚନାନୁସାରେ, ଭିଡିଓ କନଫରେନ୍ସିଂରେ ସମସ୍ତ 15 ଟି ଜିଲ୍ଲାର ଡିସିପି, ସମସ୍ତ ରେଞ୍ଜ, କ୍ରାଇମ, ସ୍ପେଶାଲ ସେଲ, ଇଣ୍ଟେଲିଜେନ୍ସ ସେଲ, କ୍ରାଇମବ୍ରାଞ୍ଚର ଡିସିପି, ପୋଲିସ କମିଶନର ଏବଂ ସ୍ବତନ୍ତ୍ର ପୋଲିସ କମିଶନର ଉପସ୍ଥିତ ଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.