ETV Bharat / bharat

ପ୍ରଦୂଷଣ ବଳୟରେ ଦିଲ୍ଲୀ, ଆଗାମୀ 2 ଦିନ ଯାଏଁ ସ୍କୁଲ ଛୁଟି

ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଗାମୀ 2 ଦିନ ଅର୍ଥାତ ନଭେମ୍ବର 14 ଏବଂ 15 ତାରିଖରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର(ଏନସିଆର) ମଧ୍ୟରେ ଆସୁଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ଫାଇଲ ଫଟୋ
author img

By

Published : Nov 13, 2019, 9:59 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ଏନସିଆରରେ ବାୟୁର ମାନ ଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ଯାହା ଫଳରେ ଶ୍ବାସ ପ୍ରଶ୍ବାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମି 2 ଦିନ ଅର୍ଥାତ ନଭେମ୍ବର 14 ଏବଂ 15 ରେ ଦିଲ୍ଲୀ-ଏନସିଆରର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି ।

ସେପଟେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ ପକ୍ଷରୁ ମଧ୍ୟ ନଭେମ୍ବର 15 ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ପୂର୍ବରୁ ବାୟୁର ଖରାପ ମାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଦେଶରେ ଲାଗୁ ଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଜାରି ରଖିବାର ସଙ୍କେତ ଦେଇଥିଲେ। ଆବଶ୍ୟକ ସ୍ଥଳେ ଏହି ଫର୍ମୁଲାର ଅବଧି ବୃଦ୍ଧି କରାଯିବ ବୋଲି ସେ କହିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.