ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ମୃଦୁ ଭୂମିକମ୍ପ । ରିକ୍ଟରସ୍କେଲରେ ଭୂମିକମ୍ପର ତୀବ୍ରତା 2.9 ରେକର୍ଡ କରାଯାଇଛି । ଏଥିସହ ରାଜଧାନୀ ଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ସାମାନ୍ୟ ଦୋହଲିଥିବା ଅନୁଭବ କରାଯାଇଛି ।
ସଂଧ୍ୟା 7ଟା 3ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ । ଏନେଇ ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ଦିଆଯାଇଛି ।
ଉତ୍ତର-ଉତ୍ତର ପୂର୍ବ ନୋଏଡାର 37 କିଲୋମିଟରେ ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ରାଜସ୍ଥାନର ଅଲୱରରେ ହୋଇଥିବା ଭୂମିକମ୍ପ ଯୋଗୁଁ ଦିଲ୍ଲୀରେ ଏହାର ଝଟକା ଅନୁଭୂତ ହୋଇଥିଲା ।