ETV Bharat / bharat

ଖୁବ ଶିଘ୍ର ଗଡିବ ଦିଲ୍ଲୀ ମେଟ୍ରୋ, ଷ୍ଟେସନରେ ଚାଲିଛି ସଫେଇ କାର୍ଯ୍ୟ - lockdown effect

ଦିଲ୍ଲୀ ମେଟ୍ରୋ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛି ଯେ, ମେଟ୍ରୋ ଷ୍ଟେସନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗୃହରକ୍ଷୀ କର୍ମଚାରୀଙ୍କୁ ରଖାଯାଇଛି ଯାହା ଯାତ୍ରୀ ଚଳପ୍ରଚଳ ଅଞ୍ଚଳକୁ ସଫା କରିବ। ଅଧିକ ପଢନ୍ତୁ...

ଖୁବ ଶିଘ୍ର ଗଡିବ ଦିଲ୍ଲୀ ମେଟ୍ରୋ, ଷ୍ଟେସନରେ ଚାଲିଛି ସଫେଇ କାର୍ଯ୍ୟ

author img

By

Published : May 12, 2020, 12:15 PM IST

ନୂଆଦିଲ୍ଲୀ: 3ୟ ପର୍ଯ୍ୟାୟ ଲକଡାଉନ୍ ଶେଷ ସୁଦ୍ଧା ଅଧିକାଂଶ ପବ୍ଲିକ ଟ୍ରାନ୍ସପୋର୍ଟ ସ୍ବଳ୍ପ ଭାବେ ଆରମ୍ଭ ହେବ । ମେ 12 ଆଜି ଠାରୁ ଭାରତୀୟ ରେଳ ସେବା ପୁଣି ଆରମ୍ଭ ହେଉଛି । ଖୁବ ଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବା ନେଇ ମଧ୍ୟ ଆଲୋଚନା ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ମେଟ୍ରୋର ସେବା ମଧ୍ୟ ଶୀଘ୍ର ଆରମ୍ଭ ହୋଇପାରେ। ଦିଲ୍ଲୀ ମେଟ୍ରୋ ରେଳ ସେବା (ଡିଏମଆରସି) ନିଜେ ଏହା ସୂଚିତ କରିଛନ୍ତି।

ଖୁବ ଶିଘ୍ର ଗଡିବ ଦିଲ୍ଲୀ ମେଟ୍ରୋ, ଷ୍ଟେସନରେ ଚାଲିଛି ସଫେଇ କାର୍ଯ୍ୟ
ଖୁବ ଶିଘ୍ର ଗଡିବ ଦିଲ୍ଲୀ ମେଟ୍ରୋ, ଷ୍ଟେସନରେ ଚାଲିଛି ସଫେଇ କାର୍ଯ୍ୟ

ଦିଲ୍ଲୀ ମେଟ୍ରୋ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛି ଯେ, ମେଟ୍ରୋ ଷ୍ଟେସନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗୃହରକ୍ଷୀ କର୍ମଚାରୀଙ୍କୁ ରଖାଯାଇଛି ଯାହା ଯାତ୍ରୀ ଚଳପ୍ରଚଳ ଅଞ୍ଚଳକୁ ସଫା କରିବ। ଡିଏମଆରସି ଅନୁଯାୟୀ, ମେଟ୍ରୋ ସେବା ଆରମ୍ଭ ହେବାବେଳେ ନିରାପଦ ଗତିବିଧି ପାଇଁ ମେଟ୍ରୋ ପରିସରରେ ଏସିଏଫ୍ ଗେଟ୍, ଲିଫ୍ଟ, ଏସ୍କଲେଟର ଇତ୍ୟାଦି ମେସିନ୍ ସଫା କରିବା ପାଇଁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

ବିଶେଷଜ୍ଞମାନେ କହିଛନ୍ତି ଯେ, ଏଥର ଦିଲ୍ଲୀ ମେଟ୍ରୋରେ ଯାତ୍ରା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇପାରିବ। ମେଟ୍ରୋ ପ୍ରବେଶ କରିବାକୁ, ଆପଣଙ୍କୁ ହୁଏତ ଆପଣଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ରଖିବାକୁ ହେବ । ସେହିଭଳି କୌଣସି ଯାତ୍ରୀଙ୍କୁ ମାସ୍କ ବିନା ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ତେବେ ଆଜି ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ ଏ ବାବଦରେ କୌଣସି ସରକାରୀ ସୂଚନା ପ୍ରକାଶ କରିନାହିଁ ।

ସୂଚନା ମୁତାବକ, ଦିଲ୍ଲୀର ଲାଇଫ ଲାଇନ କୁହାଯାଉଥିବା ଦିଲ୍ଲୀ ମେଟ୍ରୋ 22 ମାର୍ଚ୍ଚରେ କେବଳ କୋରୋନା ସଂକ୍ରମଣ ହେତୁ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଏହା ସହିତ ମେଟ୍ରୋ ସେବାଗୁଡିକର କାର୍ଯ୍ୟ ବନ୍ଦ କରାଗଲା । ଏବେ ପୁଣି ଥରେ ଆଶା କରାଯାଉଛି ଯେ ଦିଲ୍ଲୀର ଲାଇଫଲାଇନ କିହାଯାଇଥିବା ମେଟ୍ରୋ ପୁଣି ଆରମ୍ଭ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.