ETV Bharat / bharat

ମଧ୍ୟରାତ୍ରିରେ ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ବିଚାରପତିଙ୍କ ବଦଳି

author img

By

Published : Feb 27, 2020, 9:36 AM IST

ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କୁ ବଦଳି କରାଯାଇଛି । ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପଞ୍ଜାବ-ହରିଆଣା ହାଇକୋର୍ଟକୁ ବଦଳି କରାଯାଇଛି । ଅଧିକ ପଢନ୍ତୁ...

muralidhar-transfer
ଜଷ୍ଟିସ ଏସ୍‌. ମୁରଲିଧର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କୁ ବଦଳି କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନକ୍ରମେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପଞ୍ଜାବ-ହରିଆଣା ହାଇକୋର୍ଟକୁ ବଦଳି କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ ମୁରଲିଧରଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଗତ ଫେବୃଆରୀ 12 ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ଯାହାକୁ ହାଇକୋର୍ଟର ବାର ଆସୋସିଏସନ ବିରୋଧ କରିଥିଲେ । କାରଣ ମୁରଲିଧର ଦିଲ୍ଲୀ ହାଇ କୋର୍ଟର ତୃତୀୟ ବରିଷ୍ଠତମ ବିଚାରପତି ଥିଲେ ।

ତେବେ ବୁଧବାର ଦିଲ୍ଲୀ ହିଂସା ନେଇ ଶୁଣାଣି ସମୟରେ ବିଚାରପତି ମୁରଲିଧର ଶକ୍ତ ଟିପ୍ପଣୀ ଦେଇଥିଲେ । ଦିଲ୍ଲୀରେ ପୁଣି ଥରେ ୧୯୮୪ ଭଳି ଦଙ୍ଗା ହେବାକୁ ଦେବୁ ନାହିଁ । ଦିଲ୍ଲୀ ହିଂସା ନେଇ କଡ଼ା ପଦକ୍ଷେପ ନିଆଯିବା ଆବଶ୍ୟକ । ଲୋକଙ୍କୁ ସୁରକ୍ଷିତ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ବ୍ୟତୀତ ମୁରଲିଧରନ ଫେବୃଆରୀ 25 ମଧ୍ୟରାତ୍ରିରେ ଦିଲ୍ଲୀ ହିଂସାକୁ ନେଇ ଶୁଣାଣି କରିଥିଲେ । ଶୁଣାଣି ସମୟରେ ସେ ଦିଲ୍ଲୀ ପୋଲିସକୁ ଭତ୍ସର୍ନା ମଧ୍ୟ କରିଥିଲେ ।

ମୁରଲିଧରଙ୍କ ବଦଳି ପରେ ଏବେ ଦିଲ୍ଲୀ ହିଂସା ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ ପଟେଲ କରିବାର ସମ୍ଭାବନା ପ୍ରକାଶ ପାଇଛି । ଏହି ମାମଲାର ଶୁଣାଣି ଆଜି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.