ETV Bharat / bharat

ପ୍ରେମ ସପ୍ତାହରେ ସ୍ତ୍ରୀକୁ ପାଇବାକୁ କୋର୍ଟରେ ସ୍ବାମୀ

ସ୍ତ୍ରୀକୁ ତାଙ୍କ ପରିବାର ଲୋକେ ଜବରଦସ୍ତି ବନ୍ଦୀ କରି ରଖିଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଏମଡି ସୁହାଇଲ ନାମକ ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ...

Delhi HC
ଫାଇଲ ଫଟୋ
author img

By

Published : Feb 13, 2020, 4:33 PM IST

ନୂଆଦିଲ୍ଲୀ: ପ୍ରେମ ସପ୍ତାହରେ ସ୍ତ୍ରୀକୁ ପାଇବାକୁ କୋର୍ଟଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ । ସ୍ତ୍ରୀକୁ ତାଙ୍କ ପରିବାର ଲୋକେ ଜବରଦସ୍ତ ବନ୍ଦୀ କରି ରଖିଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଏମଡି ସୁହାଇଲ ନାମକ ଜଣେ ବ୍ୟକ୍ତି ।

ସୁହାଇଲଙ୍କ ଅଭିଯୋଗ ଅନୁଯୋୟୀ, ଦମ୍ପତି ଗତବର୍ଷ ମାର୍ଚ୍ଚ ମାସ 15 ତାରିଖରେ ବିବାହ କରିଥିଲେ । ସେମାନେ କେବଳ ସୁହାଇଲଙ୍କ ପରିବାରର ଉପସ୍ଥିତି ଏବଂ ସହମତିରେ ଏହି ବିବାହ କରିଥିଲେ । କାରଣ ସୁହାଇଲଙ୍କ ପତ୍ନୀଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ । ଏହାସତ୍ତ୍ବେ ସେମାନେ ବିବାହ ବନ୍ଧନରେ ବାନ୍ଧିହୋଇ କିଛି ଦିନ ଏକାଠି ରହିବାରେ ସଫଳ ହୋଇଥିଲେ ।

ତେବେ ବିବାହର ମାସକ ପରେ ସୁହାଇଲଙ୍କ ପତ୍ନୀ ନିଜ ପରିବାରବର୍ଗକୁ ରାଜି କରିବାକୁ ଘରକୁ ଯାଇଥିଲେ । ଏହି ସମୟରେ ପରିବାର ଲୋକେ ତାଙ୍କୁ ବେଆଇନ ଭାବରେ ବନ୍ଦୀ ବନାଇଥିବା ଅଭିଯୋଗ କରିଛନ୍ତି ସୁହାଇଲ । ଏହା ବ୍ୟତୀତ ପରିବାର ଲୋକେ ତାଙ୍କୁ ମାନସିକ ଏବଂ ଶାରୀରୀକ ନିର୍ଯାତନା ଦେଉଥିବା ନିଜ ଯାଚକାରେ କହିଛନ୍ତି ସୁହାଇଲ ।

ଅନ୍ୟପରକ୍ଷରେ ପୋଲିସ ମଧ୍ୟ ସୁହାଇଲଙ୍କ ପତ୍ନୀଙ୍କ ପରିବାର ପାଇଁ କାମ କରୁଥିବା ଆବେଦନରେ ଦର୍ଶାଇଛନ୍ତି ସେ । ତେବେ ମାମଲାର ଶୁଣାଣି ଆସନ୍ତାକାଲି ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.