ETV Bharat / bharat

ଦିଲ୍ଲୀରେ ରେଡ୍ ଓ ଅରେଞ୍ଜ ଜୋନ୍ ଚିହ୍ନଟ, ସମସ୍ତ ଅଞ୍ଚଳରେ ସାନିଟାଇଜେସନ୍ ଅଭିଯାନ - ଦିଲ୍ଲୀ ସରକାର

କୋରୋନା ସହ ଲଢିବା ପାଇଁ ଦିଲ୍ଲୀ ସରକାର ରେଡ୍ ଓ ଅରେଞ୍ଜ ଜୋନର ଚୟନ କରିଛନ୍ତି । ଏହି ସବୁ ଅଞ୍ଚଳରେ ବଡ ଆକାରରେ ସାନିଟାଇଜର ସିଞ୍ଚନ କରାଯିବ ।

delhi govt. marks red and orange zone
ଦିଲ୍ଲୀରେ ରେଡ୍ ଓ ଅରେଞ୍ଜ ଜୋନ୍ ଚିହ୍ନଟ
author img

By

Published : Apr 13, 2020, 12:33 PM IST

ନୂଆଦିଲ୍ଲୀ: କୋରୋନା ସହ ଲଢିବା ପାଇଁ ଦିଲ୍ଲୀ ସରକାର ରେଡ୍ ଓ ଅରେଞ୍ଜ ଜୋନର ଚୟନ କରିଛନ୍ତି । ଏହି ସବୁ ଅଞ୍ଚଳରେ ବଡ ଆକାରରେ ସାନିଟାଇଜର ସିଞ୍ଚନ କରାଯିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସ କନଫରେନ୍ସ କରି ଏହି ସୂଚନା ଦେଇଛନ୍ତି । ସବୁ କଣ୍ଟେନମେଣ୍ଟ ଜୋନକୁ ରେଡ୍ ଜୋନ୍ ଓ ହାଇରିସ୍କ୍ ଅଞ୍ଚଳକୁ ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ସାନିଟାଇଜ୍ କରାଯିବ ।

କଣ୍ଟେନମେଣ୍ଟ ଜୋନ୍ ଗୁଡିକ ସିଲ୍ କରାଯାଇଛି । ସାନିଟାଇଜ୍ ଅଭିଯାନ ନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏଥିପାଇଁ 10 ଟି ହାଇଟେକ୍ ଜାପାନୀ ମେସିନ୍ ସମେତ ମୋଟ 60 ଟି ମେସିନ୍ ବ୍ୟବହାର କରାଯିବ। ପିଆଇ ଇଣ୍ଡଷ୍ଟ୍ରିଜ୍ ଦିଲ୍ଲୀ ସରକାରଙ୍କୁ 10 ଟି ହାଇଟେକ୍ ଜାପାନିଜ୍ ମେସିନ୍ ମାଗଣାରେ ଦେଇଛି । ଏହି ଯନ୍ତ୍ରର ବିଶେଷତ୍ବ ​​ହେଉଛି ଯେ ଏହି ମେସିନ୍ ଏକ ଘଣ୍ଟାରେ 20 ହଜାର ବର୍ଗ ମିଟର କ୍ଷେତ୍ର ସାନିଟାଇଜ୍ କରିପାରିବ ।

ଏହାଛଡା ଦିଲ୍ଲୀ ସରକାର ଦିଲ୍ଲୀ ଜଲ୍ ବୋର୍ଡର 50 ଟି ମେସିନ୍ ମଧ୍ୟ ବ୍ୟବହାର କରିବେ। ଏହି ପରିପ୍ରେକ୍ଷୀରେ ଆଜି(ସୋମବାର)ଠାରୁ ଦିଲ୍ଲୀର ରେଡ୍ ଜୋନ୍ ଏବଂ ହାଇ ରିସ୍କ ଜୋନରେ ବ୍ୟାପକ ଅଭିଯାନ ଆରମ୍ଭ ହେବ। ଆହୁରି ମଧ୍ୟ, ଦିଲ୍ଲୀରେ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆଗାମୀ ଦିନରେ ଆହୁରି କିଛି କ୍ଷେତ୍ରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯିବ।

ପ୍ରକାଶଥାଉକି, ଦିଲ୍ଲୀ ସରକାର ପ୍ରାୟ 43ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.