ETV Bharat / bharat

ଦିଲ୍ଲୀରେ ଭେଣ୍ଟିଲେଟର ଓ ଶଯ୍ୟା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - delhi corona news

ଦିଲ୍ଲୀରେ ଦିନକୁ ଦିନ କୋରୋନା ପ୍ରକୋପ ବୃଦ୍ଧି ପାଉଛି । ତେବେ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ହସ୍ପିଟାଲମାନଙ୍କରେ ବେଡ ଓ ଭେଣ୍ଟିଲେଟର ଅଧିକ ପରିମାଣରେ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଭେଣ୍ଟିଲେଟର ଓ ବେଡ ବୃଦ୍ଧି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 13, 2020, 5:53 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କୋଭିଡ-19 ଆକ୍ରାନ୍ତଙ୍କ ପାଇଁ ଡାକ୍ତରଖାନାରେ ଭେଣ୍ଟିଲେଟର ଏବଂ ବେଡ ବୃଦ୍ଧି କରିବାକୁ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲା କିନ୍ତୁ ଶନିବାର ଏନେଇ ରାୟ ପ୍ରକାଶ ପାଇଛି ।

ଶୁଣାଣି ସମୟରେ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଥିଲେ, ରାଜଧାନୀ ଦିଲ୍ଲୀର 9179 ଶଯ୍ୟା ଡାକ୍ତରଖାନାରେ କୋଭିଡ-19 ସଂକ୍ରମିତଙ୍କ ପାଇଁ ରହିଛି । ସେଥିମଧ୍ୟରୁ 4 ହଜାର 914 ବେଡ ବର୍ତ୍ତମାନ ବ୍ୟବହୃତ ହେଉଛି । ଅବଶିଷ୍ଟ ବେଡ ଡାକ୍ତରଖାନାରେ ଖାଲି ଅଛି । ଦିଲ୍ଲୀରେ 569 ଭେଣ୍ଟିଲେଟର ଅଛି । ଏଥିମଧ୍ୟରୁ 315ଟି ବ୍ୟବହାର କରାଯାଉଛି ।

ଏହା ପରେ ହାଇକୋର୍ଟର ପ୍ରଧାନ ବିଚାରପତି ଡିଏନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଭେଣ୍ଟିଲେଟର ଏବଂ ଶଯ୍ୟା ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀରେ ଯେତେ କୋଭିଡ ଡାକ୍ତରଖାନା ଅଛି, ସେମାନେ ଉପଯୁକ୍ତ ସମୟରେ ସେମାନଙ୍କ ଡାକ୍ତରଖାନାରେ କେତେ ବେଡ ଉପଲବ୍ଧ ଅଛି ସେ ସମ୍ବନ୍ଧରେ ସୂଚନା ଅପଲୋଡ କରନ୍ତୁ । ଯାହାଦ୍ୱାରା ସଂକ୍ରମିତ ମାନେ ସେଠାରେ ପହଞ୍ଚିବେ ଏବଂ ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.