ETV Bharat / bharat

ଦିଲ୍ଲୀରେ ଆରମ୍ଭ ହେଲା ବିଶ୍ବର ସର୍ବବୃହତ କୋଭିଡ ହସପିଟାଲ

ଦିଲ୍ଲୀର ଛତ୍ରପୁର ଅଞ୍ଚଳର ରାଧାସ୍ବାମୀ ସତସଙ୍ଗ ବ୍ୟାସରେ ନିର୍ମାଣ କରାଯାଇଥିବା ବିଶ୍ବର ସର୍ବବୃହତ କୋଭିଡ ହସ୍ପିଟାଲ ସର୍ଦ୍ଦାର ପଟେଲ୍ସ କୋଭିଡ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲ(SPCCCH) କାର୍ଯ୍ୟକ୍ଷମ ହୋଇଛି । 10,000 ଶଯ୍ୟା ବିଶିଷ୍ଟ ଏହି ହସପିଟାଲକୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲ ଉଦଘାଟନ କରିବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଆରମ୍ଭ ହେଲା ବିଶ୍ବର ସର୍ବବୃହତ କୋଭିଡ ହସପିଟାଲ
ଦିଲ୍ଲୀରେ ଆରମ୍ଭ ହେଲା ବିଶ୍ବର ସର୍ବବୃହତ କୋଭିଡ ହସପିଟାଲ
author img

By

Published : Jul 9, 2020, 6:24 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଛତ୍ରପୁର ଅଞ୍ଚଳର ରାଧାସ୍ବାମୀ ସତସଙ୍ଗ ବ୍ୟାସରେ ନିର୍ମାଣ କରାଯାଇଥିବା ବିଶ୍ବର ସର୍ବବୃହତ କୋଭିଡ ହସ୍ପିଟାଲ ସର୍ଦ୍ଦାର ପଟେଲ୍ସ କୋଭିଡ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲ(SPCCCH) କାର୍ଯ୍ୟକ୍ଷମ ହୋଇଛି । 10,000 ଶଯ୍ୟା ବିଶିଷ୍ଟ ଏହି ହସପିଟାଲକୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲ ଉଦଘାଟନ କରିବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି ।

ଦିଲ୍ଲୀରେ ଆରମ୍ଭ ହେଲା ବିଶ୍ବର ସର୍ବବୃହତ କୋଭିଡ ହସପିଟାଲ

ଦକ୍ଷିଣ ଦିଲ୍ଲୀର ଭାଟି ମାଇନ୍ସ ଛତ୍ରପୁରରେ ଅବସ୍ଥିତ ଏହି ସତସଙ୍ଗ କମ୍ପ୍ଲେକ୍ସ ମଧ୍ୟରେ 1700x700 ବର୍ଗଫୁଟର ଏକ ସ୍ଥାନ ରହିଛି । ଦୀର୍ଘ ଦିନ ଧରି ଏହା ରାଧା ସ୍ବାମୀ ସତସଙ୍ଗ କେନ୍ଦ୍ର ଭାବରେ ପରିଚିତ ରହିଥିଲା । ହେଲେ ବର୍ତ୍ତମାନ ଏହା ବିଶ୍ବରର ସର୍ବବୃହତ କୋଭିଡ କେୟାର ସେଣ୍ଟର ଭାବରେ ପରିଚିତ ହୋଇଛି । ଏହି ସମଗ୍ର ସ୍ଥାନକୁ ବର୍ତ୍ତମାନ 10ହଜାର ଶଯ୍ୟା ବିଶିଷ୍ଟ ହସପିଟାଲରେ ପରିଣତ କରାଯାଇଛି । ଏଠାରେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି ।

ଜୁଲାଇ 1ରେ ସେବା ଆରମ୍ଭ କଲା

ଜୁଲାଇ 5 ତାରିଖରେ, ଦୁଇ ହଜାର ଶଯ୍ୟା ସହ ଏହି କୋଭିଡ କେୟାର ସେଣ୍ଟର ନିଜର ସେବା ଆରମ୍ଭ କରିଛି । ଏହି ବୃହତ୍ତମ ଡାକ୍ତରଖାନାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜାଲ ଉଦଘାଟନ କରିଛନ୍ତି । ବର୍ତ୍ତମାନ ଏଠାରେ ପ୍ରାୟ 200ଜଣ କୋରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଜୁନ 15ରୁ ସରକାରୀ ସ୍ତରରେ ପ୍ରସ୍ତୁତି

ଏକ ଅସ୍ଥାୟୀ କୋଭିଡ କେୟାର ହସପିଟାଲ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଦକ୍ଷିଣ ଦିଲ୍ଲୀର ରାଧାସ୍ବାମୀ ସତସଙ୍ଗ ବ୍ୟାସ ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ବୋଲି ଚୟନ କରାଯାଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ବିଏମ ମିଶ୍ର ଏଥିପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସତସଙ୍ଗ ବ୍ୟାସ କର୍ତ୍ତୃପକ୍ଷଙ୍କୁ ଠାରୁ ଅନୁମତି ନେଇଥିଲେ । ଏହାପରେ ଜୁନ 14ରୁ ରାଧାସ୍ବାମୀ ସତସଙ୍ଗ ବ୍ୟାସ ପରିସରରେ ଏକ ସରକାରୀ କୋଭିଡ କେୟାର ହସପିଟାଲ ଭାବରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜାଲ ପ୍ରଥମେ ଏହି ସ୍ଥାନ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ସେ ହସପିଟାଲ ପ୍ରସ୍ତୁତ ପାଇଁ ସବୁଜ ସଙ୍କେତ ଦେଇଥିଲେ । ଏହାପରେ ଡିଏମ ବି ମିଶ୍ରଙ୍କ ନେତୃତ୍ବରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ 18 ଜୁନରେ ଯାଞ୍ଚ ପାଇଁ ସତସଙ୍ଗ ବ୍ୟାସ ପରିଦର୍ଶନ କରିଥିଲେ । ଜୁନ 23ରେ, କେଜ୍ରିୱାଲ ଏକ ଚିଠି ମାଧ୍ୟମରେ ଗୃହମନ୍ତ୍ରୀଙ୍କୁ କୋଭିଡ କେୟାର ସେଣ୍ଟର ଯାଞ୍ଚ କରିବାକୁ ନିମନ୍ତ୍ରଣ କରିଥିଲେ। କେଜ୍ରିୱାଲ ଏହାର କାର୍ଯ୍ୟ ପାଇଁ ଆଇଟିବିପି ସେବା ଯୋଗାଇବାକୁ ମଧ୍ୟ ଦାବି କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ବ ଗୃହ ମନ୍ତ୍ରଣାଳୟ ତରଫରୁ ଆଇଟିବିପିକୁ ପ୍ରଦାନ କରାଯାଇଥିବା ନେଇ ଉତ୍ତରରେ ପ୍ରକାଶ କରିଥିଲେ । ଏହାସହ ଗୃହମନ୍ତ୍ରୀ ଏହାର ଅଧିକାଂଶ ସୁବିଧା ଗୁଡ଼ିକ ଜୁନ 26 ତାରିଖରୁ ଆରମ୍ଭ ହେବ ବୋଲି ଉଲ୍ଲେଖ କରିଥିଲେ ।

ଜୁନ 27ରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକତ୍ର କୋଭିଡ କେୟାର ସେଣ୍ଟର ଯାଞ୍ଚ କରିଥିଲେ । ସେତେବେଳକୁ ଏଠାରେ ପ୍ରସ୍ତୁତି ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଥିଲା । ସେଠାରେ ଆଇଟିବିପିର ଡିଜି ଏଠାରେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ଚିକିତ୍ସା ସୁବିଧା ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଦୀନଦୟାଲ ଉପାଧ୍ୟାୟ ହସପିଟାଲ ସହ ସଂପର୍କ

ଏଠାରେ କୌଣସି ଲକ୍ଷଣ ବିହୀନ ତଥା ସାମାନ୍ୟ ଲକ୍ଷଣ ଥିବା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି କୋଭିଡ ହସପିଟାଲରେ ସମସ୍ତ ସୁବିଧା ଅଛି । କିନ୍ତୁ ଯଦି କୌଣସି ରୋଗୀର ଅବସ୍ଥା ଗୁରୁତର ହୋଇଯାଏ, ତେବେ ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସପିଟାଲକୁ ପଠାଯିବାର ବ୍ୟବସ୍ଥା ରହିଛି । ସେଥିପାଇଁ ଏଠାରେ ବ୍ୟାପକ ଆମ୍ବୁଲାନ୍ସ ମଧ୍ୟ ମୁତୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.