ETV Bharat / bharat

ଟ୍ବିଟର ୱାର: ‘ଦିଲ୍ଲୀର ପୁଅ’ ବୟାନକୁ ନେଇ କେଜ୍ରିୱାଲଙ୍କୁ ଘେରିଲେ ହର୍ଷବର୍ଦ୍ଧନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମଧ୍ୟ ଟ୍ବିଟର ଯୁଦ୍ଧ । ଦୁଇ ନେତା ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ । ଅଧିକ ପଢନ୍ତୁ...

delhi-elections
ଡିଜାଇନ ଫଟୋ
author img

By

Published : Jan 31, 2020, 8:40 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମଧ୍ୟ ଟ୍ବିଟର ଯୁଦ୍ଧ । ଦୁଇ ନେତା ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ । କେଜ୍ରିୱାଲଙ୍କ ‘ଦିଲ୍ଲୀର ପୁଅ’ ବୟାନକୁ ନେଇ ହର୍ଷବର୍ଦ୍ଧନ ଟ୍ବିଟ କରି ପଚାରିଥିଲେ, ଆପଣ ଦିଲ୍ଲୀରେ ପୁଅ କେବେଠୁ ହୋଇଗଲେ । ଏହାକୁ ନେଇ କେଜ୍ରିୱାଲ ବି ଚୁପ୍ ରହିନଥିଲେ । ସେ କହିଥିଲେ, ‘ଦିଲ୍ଲୀବାସୀ ସମସ୍ତଙ୍କୁ ଆପଣେଇ ନିଅନ୍ତି ଓ ନିଜ ପରିବାର ବନେଇ ନିଅନ୍ତି’ ।

ହର୍ଷବର୍ଦ୍ଧନ ଟ୍ବିଟ କରି ଲେଖିଥିଲେ, ‘ ଯିଏ ହରିୟାଣାର ହିସାରରେ ଜନ୍ମ ହୋଇଥିଲେ, ଗାଜିଆବାଦରୁ ଆନ୍ନାଙ୍କ ଆନ୍ଦୋଳନରୁ ସାମିଲ ହେଲେ, ସେ କେବେଠୁ ଦିଲ୍ଲୀର ପୁଅ ହୋଇଗଲେ ? ଏ ନିର୍ବାଚନ ସତ୍ୟ-ମିଥ୍ୟା ଓ ରାଷ୍ଟ୍ରବାଦ-ଦେଶଦ୍ରୋହ ମଧ୍ୟରେ ।

ଏହାକୁ ନେଇ କେଜ୍ରିୱାଲ ଟ୍ବିଟ କରିଥିଲେ,‘ଡକ୍ଟର ସାହେବ ଆପଣ ମତେ ଘୃଣା କରନ୍ତି ମତେ ଗାଳି ଦିଅନ୍ତୁ ମାତ୍ର ଉତ୍ତରପ୍ରଦେଶ ଓ ବିହାରରେ ଜନ୍ମ ହୋଇ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ପର ବୋଲି କେମିତି କହିପାରୁଛନ୍ତି ? ବିଜେପି ପାଇଁ ସେମାନେ ପର କିନ୍ତୁ ଆମ ପାଇଁ ଦିଲ୍ଲୀ ପରିବାର ’ ।

ପ୍ରକାଶଥାଉକି, କେଜ୍ରିୱାଲ ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ପ୍ରବେଶ ବର୍ମାଙ୍କ ଆତଙ୍କବାଦୀ ବୟାନରେ ମର୍ମାହିତ ହୋଇଥିଲେ ଓ ନିଜକୁ ଦିଲ୍ଲୀର ପୁଅ ବୋଲି କହିଥିଲେ ।

Intro:Body:

testing 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.